ଚେନ୍ନାଇ: ବର୍ଷା ସମୟରେ ସହରକୁ ବନ୍ୟାରୁ ସୁରକ୍ଷିତ ରଖିବା ନିମନ୍ତେ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରିବାରେ ବିଫଳ ହୋଇଥିବାରୁ ମାଡ୍ରାସ୍ ହାଇକୋର୍ଟ ‘ଗ୍ରେଟର୍ ଚେନ୍ନାଇ କର୍ପୋରେସନ୍’କୁ ଭର୍ତ୍ସନା କରିଛନ୍ତି।
୨୦୧୫ର ପ୍ରଳୟଙ୍କରୀ ବନ୍ୟା ପରେ ବିଗତ ୬ ବର୍ଷ ହେବ କର୍ତ୍ତୃପକ୍ଷମାନେ କ’ଣ କରୁଥିଲେ ପଚାରି ହାଇକୋର୍ଟ ବିସ୍ମିତ ହୋଇଛନ୍ତି। ଏଥିସହ ହାଇକୋର୍ଟ ମଧ୍ୟ ସତର୍କ କରାଇ ଦେଇଛନ୍ତି ଯେ, ସାମ୍ପ୍ରତିକ ପରିସ୍ଥିତିକୁ ଯଦି ନିୟନ୍ତ୍ରଣ କରା ନ ଯାଏ ତେବେ, ଅଦାଲତ ନିଜ ଆଡୁ ମାମଲା ରୁଜୁ କରିବେ।
Image Courtesy of India Todayମାଡ୍ରାସ୍ ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ କହିଛନ୍ତି, ବଡ଼ କ୍ଷୋଭର କଥା ଯେ, ଛଅ ମାସ କାଳ ଆମେ ପାଣି ଡହଳ ବିକଳ ହେଉଛୁ, ବାକି ଛଅ ମାସ ପାଣିରେ ବୁଡ଼ି ମରୁଛୁ…। ଦେଶର ଗୋଟାଏ ଅଗ୍ରଣୀ ରାଜ୍ୟର ଏପରି ଅବସ୍ଥା ହୋଇ ନ ପାରେ।
Image Courtesy of The Times of Indiaସୂଚନାଯୋଗ୍ୟ, ଚେନ୍ନାଇ ଏବଂ ଚେଙ୍ଗେଲାପେଟ୍, କାଞ୍ଚୀପୁରମ୍ ଏବଂ ତିରୁବଲ୍ଲୁର ଜିଲ୍ଲାର କେତେକ ଉପନଗରରାଞ୍ଚଳରେ ଶନିବାର ଠାରୁ ଅତି ପ୍ରବଳ ବର୍ଷା ହେବାରୁ ଅଧିକାଂଶ ରାସ୍ତା, ଉପରାସ୍ତା ଜଳାର୍ଣ୍ଣବ ହୋଇଗଲା ଏବଂ ବିଜୁଳି ସରବରାହ ମଧ୍ୟ ବ୍ୟାହତ ହେଲା।
ବର୍ଷାଜନିତ ଅଘଟଣରେ ତାମିଲନାଡୁରେ ୫ଜଣ ବ୍ୟକ୍ତି ପ୍ରାଣ ହରାଇଲେ ଏବଂ ୨୬୦ରୁ ଅଧି କଚାଘର ଏବଂ ୭୦ ଘର ନଷ୍ଟ ହେଲା।
ରାସ୍ତାଘାଟ ଏବଂ ସୁଡ଼ଙ୍ଗପଥ ଜମିଥିବା ଜଳ ନିଷ୍କାସନ କରିବା ଲାଗି ‘ଗ୍ରେଟର୍ ଚେନ୍ନାଇ କର୍ପୋରେସନ୍’ ୨୩,୦୦୦ କର୍ମଚାରୀ ମୁତୟନ କରିଛି। ସହରର ୧୬ଟି ସୁଡ଼ଙ୍ଗପଥରୁ ୧୪ ଜଳ ନିଷ୍କାସନ କରାଯାଇଛି ବୋଲି କର୍ପୋରେସନ୍ର କର୍ତ୍ତୃପକ୍ଷମାନେ କହିଛନ୍ତି।
ଆଉ କିଛି ଦିନ ଚେନ୍ନାଇ ଓ ଆଖପାଖ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ରାଜ୍ୟର ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/Chennai-Corporation-Makes-Us-Die-in-Water_Thumbnail.jpg)