ବର୍ଷାରେ ଭାସିଲା ଚେନ୍ନାଇ, ସ୍କୁଲ୍‌ କଲେଜ ବନ୍ଦ

ଚେନ୍ନାଇ : ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଚେନ୍ନାଇ ସହର। ଗତ ସୋମବାରଠାରୁ ପ୍ରବଳ ବର୍ଷା ଦ୍ୱାରା ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷାର ମାତ୍ରା ଆଜି କିଛି ମାତ୍ରାରେ କମିଥିଲେ ମଧ୍ୟ ସାରା ସହର ଜଳମଗ୍ନ ରହିଛି। ପ୍ରବଳ ବର୍ଷା ହେତୁ ତାଞ୍ଜାଭୁର ଜିଲ୍ଲାରେ ଏକ କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ବର୍ଷା ହେତୁ ଚେନ୍ନାଇରେ ସବୁ ସ୍କୁଲ୍‌ କଲେଜ ଗୁଡ଼ିକ ବନ୍ଦ କରିଦିଆଯାଇଛି। ତେବେ ସହରରେ ଏବଂ କେତେକ ଉପକୂଳବର୍ତ୍ତି ଅଞ୍ଚଳ ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ସହରଟି ସମ୍ପୂର୍ଣ୍ଣ ଜଳବନ୍ଦି ହୋଇଯାଇଥିବାରୁ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଛି। ଅନ୍ୟପକ୍ଷରେ ଜଳବନ୍ଦି ତଳିଆ ଅଞ୍ଜଳ ଗୁଡ଼ିକରୁ ଜଳ ନିଷ୍କାସନ ପାଇଁ ବୃହତ୍‌ ଚେନ୍ନାଇ ନିଗମ ପ୍ରସ୍ତୁତ ଅଛି ଏବଂ ଜଳ ନିଷ୍କାସନ ପାଇଁ ନିଗମର ୪୫୦ ଓ୍ଵାଟର ପମ୍ପ୍‌କୁ ନିୟୋଜିତ କରାଯିବ ବୋଲି ବୃହତ୍‌ ଚେନ୍ନାଇ ନିଗମ କମିସନର ଡି କାର୍ତ୍ତିକେୟନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର