‘ଅପମାନଜନକ’ ବିଷୟବସ୍ତୁ ପ୍ରସାରଣ ଅଭିଯୋଗରେ ପୂର୍ବତନ ସୋସିଆଲ ମିଡିଆ ସମୀକ୍ଷକ କିଶୋର କେ ସ୍ବାମୀ ଗିରଫ

ଚେନ୍ନାଇ: ସୋମବାର ଚେନ୍ନାଇ ପୁଲିସ ଜଣେ ପୂର୍ବତନ ସୋସିଆଲ ମିଡିଆ ସମୀକ୍ଷକ କିଶୋର କେ ସ୍ବାମୀଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଡିଏମକେ ନେତା – ସି.ଏନ. ଅନ୍ନାଦୁରାଇ ଏବଂ ଏମ୍ କରୁଣାନିଧିଙ୍କ ବିରୁଦ୍ଧରେ ‘ଅପମାନଜନକ’ ବିଷୟବସ୍ତୁ ପ୍ରସାରଣ ଅଭିଯୋଗରେ ଗିରଫ କରିଛି। ଏହା ବ୍ୟତୀତ ସ୍ୱାମୀ ତାମିଲନାଡୁର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ବିରୋଧରେ ‘ଅପମାନଜନକ’ ବିଷୟବସ୍ତୁ ପ୍ରସାରଣ ସୂଚନାଯୋଗ୍ୟ, ଅତୀତରେ ଜଣେ ଜଣାଶୁଣା ଦକ୍ଷିଣପନ୍ଥୀ ସମର୍ଥକ କିଶୋର କେ ସ୍ବାମୀଙ୍କୁ ଦୁଇଥର ଗିରଫ କରାଯାଇଛି।

ସେ ଏଆଇଡିଏମକେ ଏବଂ ଏହାର ଏନଡିଏ ସହଯୋଗୀ ବିଜେପିର ସମର୍ଥକ। ସେ ଡିଏମକେକୁ ତୀବ୍ର ସମାଲୋଚନା କରିଛନ୍ତି । ଏହା ବ୍ୟତୀତ ସୋସିଆଲ ମିଡିଆ ପ୍ଲାଟଫର୍ମରେ କିଛି ମହିଳା ସାମ୍ବାଦିକଙ୍କ ବିଷୟରେ ଅଶ୍ଳୀଳତା ପୋଷ୍ଟ କରି ସେମାନଙ୍କୁ ହଇରାଣ କରୁଥିବା ମଧ୍ୟ ଅଭିଯୋଗ ହୋଇଛି।

ଖବର ଅନୁଯାୟୀ, ଚେନ୍ନାଇ ପୁଲିସ ତାଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୧୫୩3, ୫୦୫ (୧) (ବି) ଏବଂ ୫୦୫ (୧) (ସି) ଅନୁଯାୟୀ ଗିରଫ କରିଛି।

ସମ୍ବନ୍ଧିତ ଖବର