ଚେନ୍ନାଇ: ତାମିଲନାଡ଼ୁର ଚେନ୍ନାଇରେ ଜନୈକା ୧୧ ବର୍ଷୀୟା ନାବାଳିକାକୁ ମାସ ମାସ ଧରି ଗଣଦୁଷ୍କର୍ମ କରାଯିବା ଘଟଣା ଏବେ ଲୋକଲୋଚନକୁ ଆସିବା ପରେ ଏହା ସମସ୍ତଙ୍କୁ ସ୍ତବ୍ଧ କରି ରଖିଦେଇଛି। ଏହି ଜଘନ୍ୟ ଘଟଣାରେ ମୋଟ ୨୨ ଜଣ ଅଭିଯୁକ୍ତ ସଂପୃକ୍ତ ଥିବା ବେଳେ ଚେନ୍ନାଇ ପୁଲିସ ଏ ପର୍ଯ୍ୟନ୍ତ ମୋଟ ୧୭ ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି। ତେବେ, ପୁଲିସ୍ର ତଦନ୍ତ ଯେତିକି ଆଗକୁ ବଢ଼ୁଛି ଘଟଣା ସଂପର୍କରେ ସେତେସେତେ ଚାଞ୍ଚଲ୍ୟକର ଓ ଭୟାନକ ତଥ୍ୟ ସବୁ ପଦାକୁ ଆସୁଛି।
ପୁଲିସ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ମୁତାବକ, ଚେନ୍ନାଇ ଉପକଣ୍ଠରେ ନିର୍ମାଣାଧୀନ ଥିବା ୩୦୦ ଫ୍ଲାଟ୍ ବିଶିଷ୍ଟ ଏକ ଆପାର୍ଟମେଣ୍ଟର ଲିଫ୍ଟକୁ ଚଳାଇବା ନିଯୁକ୍ତି ପାଇଥିବା ଜନୈକ ୬୬ ବର୍ଷ ବୟସ୍କ ଲିଫ୍ଟ ଅପରେଟର ପ୍ରଥମେ ଏହି ନାବାଳିକା ଜଣକୁ ଉଠାଇ ନେଇ ତାଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଅଚେତ କରିଦେବା ପରେ ତାଙ୍କୁ ଦୁଷ୍କର୍ମ କରିଥିଲା। ଲିଫ୍ଟ ଅପରେଟର ଜଣକ ପ୍ରଥମେ ନାବାଳିକା ଜଣକୁ ଦୁଷ୍କର୍ମ କରିସାରିବା ପରେ ସେ ସେହି ଆପାର୍ଟମେଣ୍ଟରେ ରହୁଥିବା ସିକ୍ୟୁରିଟି ଗାର୍ଡ, ଇଲେକ୍ଟ୍ରିସିଆନ୍, ଓ୍ଵାଟରମ୍ୟାନ ପ୍ରମୁଖକୁ ଘଟଣା ସଂପର୍କରେ କହିଥିଲା ଏବଂ ସେମାନେ ସମସ୍ତେ ମଧ୍ୟ ନାବାଳିକାଟିକୁ ଦୁଷ୍କର୍ମ କରିଥିଲେ ଏବଂ ଦୁଷ୍କର୍ମ ବେଳର ଦୃଶ୍ୟକୁ ରେକର୍ଡିଂ କରି ପରେ ନାବାଳିକା ଜଣକୁ ବ୍ଲାକ୍ମେଲ୍ କରିବା ଆରମ୍ଭ କରିଦେଇଥିଲେ।
/sambad/media/post_attachments/wp-content/uploads/2018/07/Rape2.jpg)
ଏହାପରେ ଏମାନଙ୍କର ଅନେକ ବନ୍ଧୁ ମଧ୍ୟ ଏମାନଙ୍କ ସହ ସାମିଲ ହେବା ନାବାଳିକାଟିକୁ ନିୟମିତ ଦୁଷ୍କର୍ମ କରିଚାଲିଥିଲେ। ଏହିପରି ଭାବେ ଏମାନେ ସମସ୍ତେ ମିଳିତ ହୋଇ ନାବାଳିକାଟିକୁ ଦୀର୍ଘ ପ୍ରାୟ ୭ ମାସ ଧରି ଦୁଷ୍କର୍ମ କରିଥିଲେ। ଭୟ ଓ ଲଜ୍ଜାରେ ନାବାଳିକ ଜଣକ କାହାକୁ କିଛି ନ କହି ଏଭଳି ଅକଥନୀୟ ନିର୍ଯାତନା ସହିଥିଲେ। କିନ୍ତୁ, କ୍ରମେ ନିର୍ଯାତନା ଅସହ୍ୟ କିଛିଦିନ ତଳେ ସେ ଘଟଣା ସମ୍ପର୍କରେ ପିତାମାତାଙ୍କୁ ଜଣାଇବା ପରେ ସେମାନେ ଘଟଣା ସଂପର୍କରେ ମହିଳା ପୁଲିସ ଥାନାରେ ଅଭିଯୋଗ କରିଥିଲେ। ପରେ ଡାକ୍ତରୀ ପରୀକ୍ଷାରୁ ନାବାଳିକାଟିକୁ ଦୀର୍ଘଦିନ ଧରି ଅନେକ ବ୍ୟକ୍ତି ବାରମ୍ବାର ବ୍ୟକ୍ତି ଦୁଷ୍କର୍ମ କରିଥିବା ଡାକ୍ତରମାନେ ରିପୋର୍ଟ ଦେଇଥିଲେ। ଏହାପରେ ପୁଲିସ୍ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରି ନିର୍ମାଣାଧୀନ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ, ଲିଫ୍ଟମ୍ୟାନ୍, ଓ୍ଵାଟରମ୍ୟାନ୍ ପ୍ରମୁଖଙ୍କ ସମେତ ଘଟଣାରେ ସଂପୃକ୍ତ ୧୭ ଜଣ ଅପରାଧୀଙ୍କୁ ଗିରଫ କରିଥିବା ବେଳେ ଘଟଣାରେ ସଂପୃକ୍ତ ଅନ୍ୟ ୫ ଜଣ ଫେରାର ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Rape-1.jpg)