ଚେନ୍ନାଇ: ଚେନ୍ନାଇରେ କାରର ଦ୍ରୁତ ଗତି ନେଲା ଦୁଇ ସଫ୍ଟୱେର୍ ପ୍ରଫେସନାଲଙ୍କ ଜୀବନ। ଗତକାଲି ରାତିରେ ଚେନ୍ନାଇର ଆଇଟି କରିଡରରେ ହୋଇଥିବା ଏକ ସଡକ ଦୁର୍ଘଟଣାରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଉଭୟ ମହିଳା ସଫ୍ଟୱେୟାର ପ୍ରଫେସନାଲ ଥିଲେ। ମୃତକମାନେ ଏସ ଲାବଣ୍ୟା ଓ ଆର୍ ଲକ୍ଷ୍ମୀ ବୋଲି ଚିହ୍ନଟ କରାଯାଇଥିବା ବେଳେ ଉଭୟ ଏଚସିଏଲ ଷ୍ଟେଟ୍ ଷ୍ଟ୍ରିଟ୍ ସର୍ଭିସରେ ଆନାଲିଷ୍ଟ ଭାବରେ କାର୍ଯ୍ୟ କରୁଥିଲେ। ବୁଧବାର ରାତି ପ୍ରାୟ ୧୧.୩୦ ସମୟରେ ଦୁହେଁ ଘରକୁ ଫେରୁଥିବାବେଳେ ଏକ ହୋଣ୍ଡା ସିଟି କାର୍ ତାଙ୍କୁ ଧକ୍କା ଦେଇଥିଲା।

Advertisment

ଘଟଣା ପରେ ଏବେ ଡ୍ରାଇଭର ମୋଥେଶ କୁମାରଙ୍କୁ ଗିରଫ କରାଯାଇଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ ଏନଡିଟିଭିକୁ କହିଛନ୍ତି ଯେ ଘଟଣା ଘଟିବା ସମୟରେ କାରଟି ପ୍ରାୟ ୧୩୦କିଲୋମିଟର ବେଗରେ ଯାତ୍ରା କରୁଥିଲା। ଏସ ଲାବଣ୍ୟା ଓ ଆର୍ ଲକ୍ଷ୍ମୀ ଘରକୁ ଫେରୁଥିବା ବେଳେ ତାଙ୍କୁ ହୋଣ୍ଡା ସିଟି କାର୍ ଧକ୍କା ଦେଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଲାବଣ୍ୟା ଆନ୍ଧ୍ରପ୍ରଦେଶର ଚିତ୍ତୋରର ବାସିନ୍ଦା ଥିବା ସହ ଲକ୍ଷ୍ମୀ କେରଳର ପାଲକ୍କଡର ବାସିନ୍ଦା ଥିଲେ।