ସାବରିମାଲା ମନ୍ଦିରରେ ପ୍ରବେଶ କରିନପାରି ଫେରିଲେ ଚେନ୍ନାଇର ମହିଳା ଦଳ

କୋଚି : କେରଳର ପ୍ରସିଦ୍ଧ ତୀର୍ଥସ୍ଥଳ ସାବରିମାଲା ଏବେବି ମହିଳାମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି । ଆଜି ତାମିଲନାଡୁରୁ ଆସିଥିବା ମନିଥି ଗ୍ରୁପ ନାମକ ଏକ ୧୧ ଜଣିଆ ମହିଳା ଦଳ ମନ୍ଦିରରେ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବଳ ବିରୋଧ ଯୋଗୁଁ ସେମାନେ ଫେରିଆସିଛନ୍ତି । ଏହି ମହିଳାମାନଙ୍କୁ ମନ୍ଦିରରେ ପ୍ରବେଶ କରିବା ପାଇଁ ପୁଲିସ ସବୁପ୍ରକାରର ସୁରକ୍ଷା ଦେଇଥିଲେ ମଧ୍ୟ ଉଗ୍ରଭୀଡ ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଆସିବାରୁ ସେମାନେ ଫେରିବାକୁ ବାଧ୍ୟ ହୋଇଥିଲେ । ତେବେ ମନିଥି ଗ୍ରୁପ ନିରାଶ ହୋଇନାହିଁ ଓ ଆଗାମୀ ଦିନରେ ପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିବ ବୋଲି ଏହି ଗ୍ରୁପର ମୁଖ୍ୟ ସେଲଭି କହିଛନ୍ତି ।

ସୂଚନାଯୋଗ୍ୟ ଯେ ପୂର୍ବରୁ ୧୦ରୁ ୫୦ ବର୍ଷ ବୟସର ମହିଳାଙ୍କ ପାଇଁ ଏହି ଭଗବାନ ଆୟାପ୍ପାଙ୍କ ମନ୍ଦିରକୁ ଯିବା ନିଷିଦ୍ଧ ଥିଲା, କିନ୍ତୁ ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ସବୁ ବୟସର ମହିଳାଙ୍କ ପ୍ରବେଶ ଅନୁମତି ଦେଇଥିଲେ । କିନ୍ତୁ ଏହାକୁ ସମଗ୍ର ଦକ୍ଷିଣ ଭାରତ ବିଶେଷକରି ଆୟାପ୍ପା ଭକ୍ତମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।

ସମ୍ବନ୍ଧିତ ଖବର