କିବ୍ : ରୁଷ୍ ସେନା ଗୁରୁବାର ୟୁକ୍ରେନ୍ ଉପରେ ଆକ୍ରମଣ କରିଥିବା ବେଳେ ସେମାନେ ୟୁକ୍ରେନ୍ର ଚେର୍ଣ୍ଣୋବିଲ ପରମାଣୁ ଶକ୍ତି କେନ୍ଦ୍ରକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଛନ୍ତି। ଉକ୍ତ ପରମାଣୁ କେନ୍ଦ୍ରକୁ ସୁରକ୍ଷା ଦେଉଥିବା କର୍ମୀମାନଙ୍କୁ ରୁଷ୍ ସେନା ଘଉଡ଼ାଇ ଦେଇଛି ବୋଲି ରାଷ୍ଟ୍ରପତି ବୋଲୋଡିମିର ଜେଲେନ୍ସ୍କି କହିଛନ୍ତି। ୧୯୮୬ର ପରମାଣୁ ଦୁର୍ଘଟଣାଜନିତ ବିପର୍ଯ୍ୟୟ ସୃଷ୍ଟି ପରଠାରୁ ଏହି ପରିମାଣୁ କେନ୍ଦ୍ରକୁ ପର୍ଯ୍ୟାପ୍ତ ସୁରକ୍ଷା ଭିତରେ ରଖାଯାଇଛି ।
ୟୁକ୍ରେନ୍ର ବିଦେଶ ମନ୍ତ୍ରୀ ରୁଷ୍ ଆକ୍ରମଣ ଉପରେ ଟ୍ବିଟ୍ କରି ଲେଖିଛନ୍ତି ଯେ, ଏହା ଆଉ ଏକ ପାରିବେଶିକ ବିପର୍ଯ୍ୟୟ ସୃଷ୍ଟିର କାରଣ ହୋଇପାରେ। ରୁଷିଆ ଯଦି ଆକ୍ରମଣ ଜାରି ରଖେ ତେବେ ୧୯୮୬ରେ ଚେର୍ଣ୍ଣୋବିଲରେ ଘଟିଥିବା ଅଘଟଣର ପୁନରାବୃତ୍ତି ଘଟିପାରେ ବୋଲି ସେ କହିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍, ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଡୋଗାନ, ଅଷ୍ଟ୍ରିଆ ରାଷ୍ଟ୍ରମୁଖ୍ୟ କାର୍ଲ ନେହାମେର ପ୍ରମୁଖ ବିଭିନ୍ନ ମିତ୍ର ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନେଇ ଏକ ରୁଷ୍-ବିରୋଧୀ ମେଣ୍ଟ ଗଠନ କରାଯାଉଛି ବୋଲି ରାଷ୍ଟ୍ରପତି ଜେଲେନ୍ସ୍କି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/nuclear-power.jpg)