ବାୟୁସେନାର ଚେତକ ହେଲିକ୍ୟାପ୍ଟର ଗଳି ପଡ଼ିଲା

ଚେନ୍ନାଇ: ତାମିଲନାହୁରେ ଆଜି ଦିନ ପ୍ରାୟ ୧୧ଟା ବେଳେ ବାୟୁସେନାର ଏକ ହେଲକଢାପ୍ଟର ବୈଷୟିକ ତ୍ରୁଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏଥିରେ ଥିବା ୩ ଜଣ ବୈମାନିକ ରକ୍ଷା ପାଇ ଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଚେନ୍ନାଇ ଠାରୁ ୧୦୦ କିଲୋମିଟର ଦୂର ଆର୍‌କୋଣାମର ଆଇଏନଏସ ରାଜାଲି ନାଭାଲ ବେସ୍‌ରୁ ଆଜି ସକାଳେ ବାୟୁ ସେନାର ୩ ଜଣ ପାଇଲଟ ଚେତକ ସିଏଚ୍‌୪୪୨ ହେଲିକ୍ୟାପ୍ଟର ନେଇ ତାଲିମ ପାଇଁ ଉଡ଼ାଣ ଆରମ୍ଭ କରିଥିଲେ। ତେବେ କିଛି ସମୟ ପରେ ହେଲିକ୍ୟାପ୍ଟର ମେନ ଓ ଟେଲ ରୋଟର କାମ କରିବା ବନ୍ଦ କରି ଦେଇଥିଲା। ହେଲିକ୍ୟାପ୍ଟରରେ ଥିବା ପାଇଲଟ୍‌ ମାନେ ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ହେଲିକ୍ୟାପ୍ଟରଟି ଦୃତଗତିରେ ତଳକୁ ଖସୁଥିବାର ଜାଣି ୩ ଜଣ ବୈମାନିକ ଏଥିରୁ ବେଲ ଆଉଟ ହୋଇ ଯାଇଥିଲେ। ପରେ ହେଲକ୍ୟାପ୍ଟରଟି ତଳେ ବାଡ଼େଇ ହୋଇ ଯାଇଥିଲା ବୋଲି ବାୟୁସେନା ପକ୍ଷରୁ କହାଯାଇଛି। ଦୁର୍ଘଟଣା ଯଦିଓ ରୋଟରଦ୍ୱୟ କାର୍ଯ୍ୟ ନ କରିବାରୁ ଘଟିଛି ବୋଲି କୁହାଯାଇଛି, ମାତ୍ର ବାସ୍ତବ ତଥ୍ୟ ତଦନ୍ତ ପରେ ପଦାକୁ ଆସିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର