ଅର୍ଥନୀତି ଦୁର୍ବଳ, କିନ୍ତୁ ‘ହିନ୍ଦୁ-ମୁସଲିମ୍‌’ଜାରି: ଚେତନ ଭଗତ

ନୂଆଦିଲ୍ଳୀ: ଦିଲ୍ଲୀ ହିଂସା ନେଇ ଲେଖକ ଚେତନ ଭଗତ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଟ୍ବିଟ୍‌ କରି କହିଛନ୍ତି, ଏବେ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଅଛି, ଯାହାକୁ ପ୍ରଥମେ ଗୁରୁତ୍ବ ଦିଆଯିବା ଉଚିତ। କରୋନା ଯୋଗୁଁ ବିଶ୍ବ ବଜାର ଭୁଶୁଡ଼ି ପଡ଼ିଛି। ଭାରତ ଏବେ ଦୁର୍ବଳ ଅର୍ଥନୀତି ନେଇ କ୍ଷତି ସହୁଛି ଏବଂ ଏଥିରୁ ସୁଧୁରିବା ବି କଷ୍ଟକର ହୋଇପଡ଼ିଛି। ଏଥିପ୍ରତି ପ୍ରଥମେ ନଜର ହେବା ଉଚିତ। କିନ୍ତୁ ଏହା ପରିବର୍ତ୍ତେ କେବଳ ହିନ୍ଦୁ-ମୁସଲିମ୍‌, ହିନ୍ଦୁ-ମୁସଲିମ୍‌ ଦେଶରେ ଚାଲିଛି ବୋଲି ଚେତନ କହିଛନ୍ତି।

ସମ୍ବନ୍ଧିତ ଖବର