ଛତ୍ରପୁର: ମଧ୍ୟପ୍ରଦେଶର ଛତ୍ରପୁରର ରସାୟନ ବିଜ୍ଞାନ ପ୍ରଫେସର ମମତା ପାଠକ ସ୍ୱାମୀ ନୀରଜ ପାଠକଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ମମତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି।
ସୂଚନାଯୋଗ୍ୟ, ୯୭ ପୃଷ୍ଠାର ଏକ ରାୟରେ ମଧ୍ୟପ୍ରଦେଶ ହାଇକୋର୍ଟ ନିମ୍ନ ଅଦାଲତର ନିଷ୍ପତ୍ତିକୁ ବଜାୟ ରଖିଛନ୍ତି।
ସରକାରୀ ଡାକ୍ତର ଥିବା ନୀରଜ ପାଠକଙ୍କୁ ୨୦୨୨ ମସିହାରେ ସ୍ତ୍ରୀ ମମତା(ରସାୟନ ବିଜ୍ଞାନ ଅଧ୍ୟାପିକା୍) ପଠାକ ହତ୍ୟା କରିଥିଲେ। ତେବେ ନୀରଜ ପାଠକ ଓ ପତ୍ନୀ ମମତା ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ଏପରି ସମୟରେ ହଠାତ ଦିନେ ନୀରଜ ପାଠକଙ୍କ ସନ୍ଦେହଜନକ ପରିସ୍ଥିତିରେ ତାଙ୍କ ଘରେ ମୃତ୍ୟୁ ହୋଇଥିଲା।
ପ୍ରାରମ୍ଭିକ ତଦନ୍ତରେ ନୀରଜ ପାଠକଙ୍କ ମୃତ୍ୟୁ ବିଦ୍ୟୁତ୍ ଆଘାତ ଯୋଗୁଁ ହୋଇଥିବା ପୁଲିସ ସନ୍ଦେହ କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତଦନ୍ତକାରୀ ଅଧିକାରୀମାନେ ପତ୍ନୀ ମମତା ପାଠକଙ୍କୁ ସ୍ବାମୀଙ୍କ ହତ୍ୟାର ଅଭିଯୁକ୍ତା ଥିବା ପ୍ରମାଣିତ କରିଥିଲେ।
ଜିଲ୍ଲା କୋର୍ଟ ଡାକ୍ତରୀ ରିପୋର୍ଟ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ ମମତା ପାଠକଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ମମତାଙ୍କୁ କିଛି ସମୟ ପାଇଁ ଅନ୍ତରୀଣ ଜାମିନ ଦିଆଯାଇଥିଲା ଯାହାଦ୍ୱାରା ସେ ତାଙ୍କ ପୁଅର ଯତ୍ନ ନେଇପାରିବେ। ଏହି ସମୟ ମଧ୍ୟରେ, ମମତା ଜବଲପୁର ହାଇକୋର୍ଟରେ ଜିଲ୍ଲା କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ଏବଂ କହିଥିଲେ ଯେ ସେ ନିଜେ ତାଙ୍କର ମାମଲା ଲଢ଼ିବେ।
ମମତା ପାଠକ ଅତ୍ୟନ୍ତ ଆତ୍ମବିଶ୍ୱାସର ସହିତ କୋର୍ଟରେ ତାଙ୍କର ମାମଲା ଉପସ୍ଥାପନ କରିଥିଲେ ଏବଂ କୋର୍ଟକୁ କହିଥିଲେ ଯେ ଥର୍ମାଲ୍ ଏବଂ ଇଲେକ୍ଟ୍ରିକ୍ ପୋଡ଼ା ସମାନ ଦେଖାଯାଇପାରେ। କେବଳ ରାସାୟନିକ ବିଶ୍ଳେଷଣ କରି ଉଭୟ ମଧ୍ୟରେ ପାର୍ଥକ୍ୟ କୁହାଯାଇପାରିବ। ଏହି ଉତ୍ତର ଶୁଣି କୋର୍ଟରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଏହି ସମୟରେ ବିଚାରପତି ମମତା ପାଠକଙ୍କୁ ପଚାରିଲେ ଯେ ତୁୂମେ ଜଣେ ରସାୟନ ବିଜ୍ଞାନ ପ୍ରଫେସର କି? ସେ ହଁ ବୋଲି ଉତ୍ତର ଦେଇଥିଲେ। ମମତା ପାଠକଙ୍କ ବୈଜ୍ଞାନିକ ଯୁକ୍ତି, ଚାପରେ ମଧ୍ୟ ଧର୍ଯ୍ୟ ବଜାୟ ରଖିବା ଏବଂ ହତ୍ୟା ମାମଲାର ଶୁଣାଣି ସମୟରେ ଭାଙ୍ଗି ନପଡ଼ିବାର କ୍ଷମତା ତାଙ୍କୁ ଇଣ୍ଟରନେଟରେ ଭାଇରାଲ୍ କରିଥିଲା। ଶୁଣାଣିର କ୍ଲିପ୍ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/30/new-project-4-2025-07-30-15-50-37.jpg)