ମାଲକାନଗିରି: ବୁଧବାର ସକାଳେ ଛତିଶଗଡ଼ର ବିଜାପୁର-ଭୋପାଳପଟନମ୍ ରାସ୍ତାରେ ଲ୍ୟାଣ୍ଡ୍ମାଇନ୍ ଫୁଟିବାରୁ ୬ ଜଣ ଆହତ ହୋଇ ଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆହତମାନଙ୍କ ମଧ୍ୟରେ ଅଛନ୍ତି ୪ ଜଣ ବିଏସ୍ଏଫ୍ ଯବାନ, ଜଣେ ଡିଆର୍ଜି ଏବଂ ଜଣେ ବେସାମରିକ ଗାଡ଼ି ଚାଳକ।
ଆଜି ସକାଳ ପ୍ରାୟ ୯ଟା ବେଳେ ୪୧୪ର ଆଡ୍ହକ୍ ବାଟାଲିୟାନ୍ର ବିଏସ୍ଏଫ୍ ଟ୍ରୁପ୍ଙ୍କୁ ନେଇ ବିଜାପୁର ଠାରୁ ୭ କିଲୋମିଟର୍ ଦୂର ଭୋପାଳପଟନମ୍ ଆଡ଼କୁ ଏକ ଟ୍ରକ୍ ବିଜାପୁର ଘାଟିରେ ଯାଉଥିବା ସମୟରେ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ ଘଟି ଥିଲା।
ଚିକିତ୍ସା କରାଇବା ନିମନ୍ତେ ସମସ୍ତ ଆହତଙ୍କୁ ବିଜାପୁର ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି। ପ୍ରାଥମିକ ଖବରରୁ ଜଣା ପଡ଼ିଛି ସମସ୍ତ ଆହତ ବିପଦମୁକ୍ତ ଅଛନ୍ତି। ଯଦି ଆବଶ୍ୟକ ପଡ଼େ ଏୟାର୍ ଆମ୍ବୁଲାନ୍ସ୍ ଯୋଗେ ସେମାନଙ୍କୁ ରାୟପୁର ନିଆଯିବ।
ବିସ୍ଫୋରଣ ସମୟରେ ନିର୍ବାଚନ ଦାୟିତ୍ୱରେ ଥିବା କୌଣସି ଅଧିକାରୀ ସେଠାରେ ନ ଥିଲେ।
ଘଟନାସ୍ଥଳରେ ରି-ଏନ୍ଫୋର୍ସମେଣ୍ଟ୍ ପାର୍ଟି ଘଟନାସ୍ଥଳରେ ପହଞ୍ଚିଛନ୍ତି ଏବଂ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।