ରାୟପୁର: ଦୀର୍ଘ ୧୦୪ ଘଣ୍ଟାର ଉଦ୍ୟମ ପରେ ବୋର୍ୱେଲ୍ରୁ ଗତରାତିରେ ଉଦ୍ଧାର କରାଯାଇଥିବା ରାହୁଲ୍ ସାହୁ ନିଦରୁ ଉଠି ଜଳଖିଆ ଖାଇ ସାରିଲାଣି; ସାମାନ୍ୟ ଜର ଆସିବା ଛଡ଼ା ବାକି ସ୍ବାସ୍ଥ୍ୟାବସ୍ଥା ଠିକ୍ ଅଛି ବୋଲି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍ କିଛି ସମୟ ପୂର୍ବେ କହିଛନ୍ତି।
ହିନ୍ଦୀ ଭାଷାରେ ଟୁଇଟ୍ କରି ସେ ଲେଖିଛନ୍ତି: ଜାଞ୍ଜଗୀରର ବାହାଦୁର୍ ରାହୁଲ୍ ସାହୁ ଶୋଇସାରି ଉଠିଲାଣି। ସେ ସକାଳ ଜଳଖିଆ ବି ଖାଇ ସାରିଲାଣି। ଖାଲି ସାମାନ୍ୟ ଜର ଛଡ଼ା ବାକି ସବୁ ଠିକ୍ ଅଛି।
ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ବଘେଲ୍ ରାହୁଲ୍ଙ୍କ ଉଦ୍ଧାର ଅଭିଯାନକୁ ଉଦ୍ଦେଶ୍ୟ କରି ହିନ୍ଦୀ ଚଳଚ୍ଚିତ୍ରର ଗୀତିକାର ସାହିର୍ ଲୁଧିୟାନ୍ୱିଙ୍କ ଗୋଟାଏ ଗୀତ ତାଙ୍କ ଟୁଇଟର୍ରେ ପୋଷ୍ଟ୍ କରିଥିଲେ ଯାହାର ଓଡ଼ିଆ ଅର୍ଥ: ହଜାର ଚଡ଼କ ପଡୁ ଲକ୍ଷେ ତୋଫାନ ଆସୁ ପଛେ ଯେଉଁ ଫୁଲ ଫୁଟିବା କଥା ତାହା ଅବଶ୍ୟ ଫୁଟିବ।
Image Courtesy of CMO Twitterମଙ୍ଗଳବାର ବିଳମ୍ବିତ ରାତ୍ରରେ ରାହୁଲ୍ଙ୍କୁ ଉଦ୍ଧାର କରାଯିବା ପରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍ଙ୍କ ସମେତ ସମଗ୍ର ଛତିଶଗଡ଼ବାସୀ ଆଶ୍ବସ୍ତ ଅନୁଭବ କରିଥିଲେ। ଶୁକ୍ରବାରଠାରୁ ପରିସ୍ଥିତି ଉପରେ ନଜର ରଖିଥିବା ମୁଖ୍ୟମନ୍ତ୍ରୀ ବଘେଲ୍ ଟୁଇଟ୍ କରିଥିଲେ: ସମସ୍ତଙ୍କ ପ୍ରାର୍ଥନା ଏବଂ ଉଦ୍ଧାରକାରୀ ଦଳଙ୍କ କଠୋର ତଥା ଉତ୍ସର୍ଗୀକୃତ ଉଦ୍ୟମ ଯୋଗୁଁ ରାହୁଲ୍ ସାହୁକୁ ନିରାପଦରେ ସ୍ଥାନାନ୍ତରଣ କରାଯାଇ ପାରିଛି। ଯଥା ଶୀଘ୍ର ସମ୍ଭବ ସେ ସମ୍ପୂର୍ଣ୍ଣ ସୁସ୍ଥ ହେଉ ବୋଲି ମୋର କାମନା।
Image Courtesy of CmO Twitterବିଳାସପୁର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା କହିଥିଲେ, ତା’ର ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି ଓ ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବ। ସ୍ପେସାଲିଷ୍ଟ୍ ଡାକ୍ତରଙ୍କ ତତ୍ତ୍ବାବଧାନରେ ଗୋଟାଏ ଆମ୍ବୁଲାନ୍ସ୍ରେ ତାକୁ ବିଳାସପୁର ଜିଲ୍ଲାରେ ଥିବା ଆପୋଲୋ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଉଛି। ଦ୍ରୁତ ଗତିରେ ଆମ୍ବୁଲାନ୍ସ୍ ଚଳାଇବାରେ ସୁବିଧା ହେବା ନିମନ୍ତେ ପ୍ରାୟ ୧୦୦ କିଲୋମିଟ୍ ପର୍ଯ୍ୟନ୍ତ ଗ୍ରିନ୍ କରିଡର୍ ପ୍ରସ୍ତୁତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Rahul-Took-Breakfast_Thumbnail.jpg)