ବିଜାପୁରରେ ନକ୍ସଲ୍‌ଙ୍କ ସହ ଗୁଳି ବିନିମୟ ଘଟି ଦୁଇ ସିଆର୍‌ପିଏଫ୍‌ ଯବାନ ସହିଦ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଛତିଶଗଡ଼ର ବିଜାପୁର ଅନ୍ତର୍ଗତ କେଶକୁତୁଲ ଅଞ୍ଚଳରେ ନିରାପତ୍ତା ବଳ ଓ ନକ୍ସଲ୍‌ମାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି।

ଏନ୍‌କାଉଣ୍ଟର୍‌ସ୍ଥଳରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ। ପରେ ସେ ସହିଦ ହୋଇ ଯାଇଛନ୍ତି।

ଛତିଶଗଡ଼ ସହରର ରାଜନନ୍ଦଗାଓଁ ଠାରେ ମଧ୍ୟ ନିରାପତ୍ତା ବଳ ଓ ନକ୍ସଲ୍‌ମାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି।

ଏନ୍‌କାଉଣ୍ଟର୍‌ସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।

ସମ୍ବନ୍ଧିତ ଖବର