ପୁଲିସ ଗୁଳିରେ ଦୁଇ ମାଓବାଦୀ ନିହତ

ବିଜାପୁର : ଛତିଶଗଡ ବିଜାପୁର ଜିଲ୍ଲାରେ ପାମେଡ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୨ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ନିହତ ମାଓବାଦୀଙ୍କ ମୃତଦେହ ସହ ଅସ୍ତ୍ରଶସ୍ତ୍ର ଓ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ନେଇ ବିଜାପୁରର ଏସପି ଗୋବର୍ଦ୍ଧନ ଠାକୁର ସୂଚନା ଦେଇଛନ୍ତି।

 

ସୂଚନାଯୋଗ୍ୟ, ନକ୍ସଲ ପାମେଡ ଜଙ୍ଗଲରେ ରାତିରେ ମିଟିଂ କରିବାର ଥିଲା। ଏହାପରେ ବିଜାପୁର ପୁଲିସ ଓ ଗ୍ରେହଣ୍ଡସ୍‌ ଫୋର୍ସ ମିଳିତ ଭାବରେ ସର୍ଚ୍ଚ ଅପରେସନ ଚଳାଇଥିଲେ। ଏହି ସମୟରେ ବେଳେ ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀ ସେମାନଙ୍କ ଉପରକୁ ଗୁଳି ଚଳାଇ ଥିଲେ । ପୁଲିସ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା । ପରେ ପୁଲିସ ସ୍ଥାନୀୟ ଅଞ୍ଚଳ ଯାଞ୍ଚ କରି ଦୁଇ ଜଣ ମାଓବାଦୀଙ୍କ ମୃତଦେହ ଠାବ କରିଥିଲା। ଏହା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ସମ୍ବନ୍ଧିତ ଖବର