ରାୟପୁର: ଛତିଶଗଡ଼ ସରକାର ରବିବାର ୨୦ ଜଣ ଆଇଏଏସ୍ ଅଧିକାରୀ, ୯୪ ଜଣ ରାଜ୍ୟ ପ୍ରଶାସନିକ ସେବା ଅଧିକାରୀ ଏବଂ ୨ ଜଣ ଆଇପିଏସ୍ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁବ୍ରତ କୁମାର ସାହୁଙ୍କୁ ତାଙ୍କ ଏସିଏସ୍ର ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ଦିଆଯାଇ ଜନସ୍ବାସ୍ଥ୍ୟ ଓ ଇଂଜିନିୟରିଂ ବିଭାଗର ଦାୟିତ୍ବ ଦିଆଯାଇଛି। କୃଷି ଓ କୃଷକ କଲ୍ୟାଣ ଏବଂ ଜୈବପ୍ରଯୁକ୍ତି ବିଭାଗ ସଚିବ ଡ. ଏମ୍. ଗୀତାଙ୍କୁ ଛତିଶଗଡ଼ ଭବନ, ନୂଆଦିଲ୍ଲୀର ଆବାସିକ କମିସନର ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଅନ୍ୟ ଯେଉଁ ଅଧିକାରୀମାନଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ବା ବଦଳି କରାଯାଇଛି ବା ଦାୟିତ୍ବରୁ ଅବ୍ୟାହତି ଦିଆଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ଅମୃତ କୁମାର ଖାଲଖୋ, ସିଦ୍ଧାର୍ଥ କୋମଲ ସିଂହ ପରଦେଶୀ, ଅବିନାଶ ଚମ୍ପାୱତ, ପ୍ରସନ୍ନ ଆର୍, ଅମ୍ବାଲଗାନ ପି, ଧନଞ୍ଜୟ ଦେୱାନଗାନ୍, ନୀଲମ୍ ନାମଦେବ ଏକ୍କା, ଆଲେକ୍ସ ଭିଏଫ୍ ପଲ ମେନନ, ଭୁବନେଶ ଯାଦବ, ରାଜେଶ ସିଂହ ରାଣା, ନରେନ୍ଦ୍ର କୁମାର ଦୁଗ୍ଗା, ଅଭିଜିତ୍ ସିଂହ, ରଣବୀର ଶର୍ମା, ସୁଧାକର ଖାଲଖୋ, ଜଗଦୀଶ ସୋନକର, ଋତୁରାଜ ରଘୁବଂଶୀ, ଚନ୍ଦନ ସଞ୍ଜୟ ତ୍ରିପାଠୀ ଏବଂ ତୁଲିକା ପ୍ରଜାପତି।
ଛତିଶଗଡ଼ ଗୃହ ବିଭାଗ ମଧ୍ୟ ଦୁଇଜଣ ଆଇପିଏସ୍ ଅଫିସରଙ୍କୁ ବଦଳି କରିଛି। ପୁଲିସ ମୁଖ୍ୟାଳୟରେ ଡିଆଇଜି ଥିବା ଅଜୟ ଯାଦବଙ୍କୁ ସୁର୍ଗୁଜା ରେଞ୍ଜର ଅତିରିକ୍ତ ପ୍ରଭାରୀ ଆଇଜି ଦାୟିତ୍ବ ଦିଆଯାଇଛି। ସେହିପରି ବିବେକ ଶୁକ୍ଳାଙ୍କୁ ଜଞ୍ଜଗିର-ଚମ୍ପା ଜିଲ୍ଲାର ଏସ୍ପି ଭାବେ ରହିଥିବା ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ଦିଆଯାଇଛି ଏବଂ ପୁଲିସ ମୁଖ୍ୟାଳୟକୁ ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଜେନେରାଲ ଭାବେ ବଦଳି କରାଯାଇଛି। ପରେ ରବିବାର ସନ୍ଧ୍ୟାରେ ୯୪ ଜଣ ଛତିଶଗଡ଼ ପ୍ରଶାସନିକ ସେବା ଅଧିକାରୀଙ୍କୁ ମଧ୍ୟ ଅଦଳବଦଳ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/da5g498da4g79da4g5ad1g321ad32g132dagdagdgdgd.jpg)
