ଛତିଶଗଡ଼: ୩ ପୁଅଙ୍କୁ ନଦୀକୁ ଫିଙ୍ଗି ଡେଇଁ ପଡ଼ିଲେ ବାପା

ରାୟଗଡ଼: ଛତିଶଗଡ଼ର ରାଇଗଡ଼ ଜିଲ୍ଲାରେ ଜଣେ ବ୍ୟକ୍ତି ନିଜର ୩ ପୁଅଙ୍କୁ ନଦୀକୁ ଫିଙ୍ଗି ଶେଷରେ ନିଜେ ନଦୀ ମଧ୍ୟକୁ ଡେଇଁ ପଡ଼ିଛନ୍ତି। ରାଇଗଡ଼ ଏସ୍‌ପି ସନ୍ତୋଷ ସିଂହଙ୍କ ସୂଚନା ଅନୁସାରେ, ଇଦୁ ଗ୍ରାମର ଜଣେ ବ୍ୟକ୍ତି କାର୍ତ୍ତିକେଶ୍ବର ରାଥିଆ ବାଇକ୍‌ ଯୋଗେ ଯାଉଥିବାବେଳେ ମାଣ୍ଡ ନଦୀ ପୋଲ ଉପରେ ଅଟକିଥିଲେ ଏବଂ ତାଙ୍କର ୩ ପୁତ୍ର କ୍ଷୀରସାଗର (୫), ନର୍ମଦା(୩) ଏବଂ ତେଜପ୍ରକାଶ (୮ ମାସ)ଙ୍କୁ ନଦୀ ମଧ୍ୟକୁ ଫିଙ୍ଗି ଦେଇ ଶେଷରେ ନିଜେ ନଦୀକୁ ଡେଇଁ ପଡ଼ିଥିଲେ। ଆଜି ସକାଳେ ଏହି ଘଟଣା ଘଟିଥିବାବେଳେ ଏ ଯାଏ କାହାକୁ ଉଦ୍ଧାର କରାଯାଇପାରିନାହିଁ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। କାର୍ତ୍ତିକେଶ୍ବର ରାଥିଆ ଦକ୍ଷିଣ-ପୂର୍ବ କୋଲ୍‌ଫିଲ୍‌ଡ ଲିମିଟେଡ୍‌ କମ୍ପାନିରେ ଇଲେକ୍‌ଟ୍ରିକାଲ ମେକାନିକ ଭାବେ କାର୍ଯ୍ୟ କରୁଥିଲେ। କାର୍ତ୍ତିକେଶ୍ବର କାହିଁକି ଏଭଳି କଲେ ତାହାର ସ୍ପଷ୍ଟ କାରଣ ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର