ମାଓବାଦୀମାନଙ୍କୁ ଟ୍ରାକ୍ଟର ଦେଇଥିବା ଅଭିଯୋଗରେ ଛତିଶଗଡ଼ର ବିଜେପି ନେତା ଗିରଫ

ଦାନ୍ତେୱାଡ଼ା: ଛତିଶଗଡ଼ରେ ମାଓବାଦୀମାନଙ୍କୁ ଟ୍ରାକ୍ଟର ଯୋଗାଇଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ୟୁନିଟ୍ ଉପାଧ୍ୟକ୍ଷ ଜଗତ୍‌ ପୂଜାରୀ ଏବଂ ଅନ୍ୟ ଦୁଇ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପୁଲିସ କହିବା ଅନୁସାରେ, ଅନ୍ୟୂନ ଗୋଟିଏ ଦଶନ୍ଧି ହେବ ମାଓବାଦୀମାନଙ୍କୁ ବିଭିନ୍ନ ସାମଗ୍ରୀ ଯୋଗାଣ ପାଇଁ ବ୍ୟବସ୍ଥା କରାଇବାରେ ପୂଜାରୀ ଜଡ଼ିତ ‌ଥିଲେ।

ଗିରଫଦାରି ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିବା ମାଓବାଦୀ ନେତା ଅଜୟ ଆଲାମିଙ୍କ ପାଇଁ ଟ୍ରାକ୍ଟର୍ କିଣିବା କାରଣରୁ ତିନି ଜଣଙ୍କୁ ଗିରଫ କରାଯାଇଛି। ୯, ୧୦, ୦୦୦ ମୂଲ୍ୟର ନୂଆ ଟ୍ରାକ୍ଟର୍‌ଟିକୁ ମଧ୍ୟ ଜବତ କରାଯାଇଛି।

ଦାନ୍ତେୱାଡ଼ା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅଭିଷେକ ବଲ୍ଲଭ କହନ୍ତି, ଗତ ଅଳ୍ପ କେତେ ମାସ ହେବ ଆମେ ଆଲାମିଙ୍କ ସମେତ ଅନେକ ମାଓବାଦୀ ନେତାମାନଙ୍କର ଫୋନ୍ କଲ୍ ଅଟକାଉଥିଲୁ। ସାମଗ୍ରୀ ଯୋଗାଣ ନିମନ୍ତେ ପୂଜାରୀଙ୍କ ସେଲ୍‌ଫୋନ୍ ନମ୍ବର ଅନେକ ଥର ସେଥିରେ ଆସିଥିଲା। ନିକଟରେ ଆଲାମି ପୂଜାରୀଙ୍କୁ କହିଥିଲେ ଯେ ସେମାନଙ୍କର ଟ୍ରାକ୍ଟର୍‌ଟିଏ ଆବଶ୍ୟକ। ପୂଜାରୀ ବିଲ୍ କରିବାକୁ ରାଜି ହେବାରୁ, ଆଲାମି କହିଲେ ଖରିଦ ନିମନ୍ତେ ଅନ୍ୟ କାହାରି ଦଲିଲ ବ୍ୟବହାର କରନ୍ତୁ। ତେଣୁ, ଏଥିପାଇଁ ସେମାନେ କୌଶଳ କରି ଆଲାମିଙ୍କ ଗାଁର ରମେଶ ଉସେଣ୍ଡିଙ୍କ ପତ୍ନୀଙ୍କୁ ମନାଇଥିଲେ।

Image Courtesy of NDTV

ଏ ସଂକ୍ରାନ୍ତ ସୂଚନା ଆଧାରରେ ପୁଲି ଗୀଡ଼ାମ ନିକଟରେ ଦୁଇଟି ସ୍ଥାନରେ ବାରିକେଡ୍ କରି ନୂଆ ଟ୍ରାକ୍ଟରଗୁଡ଼ିକୁ ଅଟକାଇଥିଲେ। ସେଥିରୁ ଗୋଟିଏ ଟ୍ରାକ୍ଟର୍ ଚଳାଉଥିବା ରମେଶଙ୍କୁ ଅଟକାଇ ପଚରା ଉଚୁରା କରାଯାଇଥିଲା। ଟଙ୍କା କେଉଁଠୁ ଆଣିଲ ଏବଂ କାଗଜପତ୍ର କାହିଁକି ନାହିଁ‌ ବୋଲି ପଚାରା ଯିବାରୁ ସେ କହିପାରିଲେ ନାହିଁ। ଜଗତ୍‌ଙ୍କ ନିର୍ଦେଶରେ ସେ ଟ୍ରାକ୍ଟର୍ ନେଇ ଯାଉଛି ବୋଲି କହିଥିଲେ। ଫଳରେ ପୁଲିସ ତାଙ୍କୁ ଓ ଜଗତ୍‌ଙ୍କୁ ଗିରିଫ କଲେ।

ପଚରା ଉଚୁରା କରାଯିବାରୁ ଜଗତ୍‌ ସ୍ବୀକାର କ‌ରିଥିଲେ ଯେ, ୧୦ ବର୍ଷ ହେବ ସେ ମାଓବାଦୀମାନଙ୍କୁ ସାମଗ୍ରୀ ଯୋଗାଇ ଆସୁଥିଲେ।

ଅଭିଷେକ ବଲ୍ଲଭ କହିଛନ୍ତି ଯେ, ସେ ମାଓବାଦୀମାନଙ୍କୁ ବିପୁଳ ପରିମାଣର ୟୁନିଫର୍ମ, ଜୋତା, କାଗଜ, ପ୍ରିଣ୍ଟର୍, କାଟ୍ରିଜ୍, ବ୍ୟାଟେରି ଏବଂ ରେଡିଓ ଆଦି ଯୋଗାଇଥିଲେ ମଧ୍ୟ ତାହାର କୌଣସି ପ୍ରମାଣ ନାର୍ହି।

 

ସମ୍ବନ୍ଧିତ ଖବର