ଯୋଗୀ ଓ ପଲାନିସ୍ୱାମୀଙ୍କ ପରେ ସହାୟତାର ହାତ ବଢ଼ାଇଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ: ଓଡ଼ିଶା ସରକାରଙ୍କ ରିଲିଫ୍‌ ପାଣ୍ଠିକୁ ୧୧ କୋଟି ଟଙ୍କା ଦେବାକୁ ଘୋଷଣା

ନୂଆଦିଲ୍ଲୀ: ଓଡ଼ିଶାରେ ବିପୁଳ କ୍ଷୟକ୍ଷତି ଘଟାଇଥିବା ବାତ୍ୟା ‘ଫନି’ ପ୍ରପୀଡ଼ିତଙ୍କ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ରବିବାର ୧୧ କୋଟି ଟଙ୍କାର  ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ଏହା ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ୧୦ କୋଟି ଲେଖାଏଁ ସହାୟତା ରାଶି ଘୋଷଣା କରି ସାରିଛନ୍ତି।

ପୂର୍ବରୁ ମେ ୩ ତାରିଖ ଦିନ କେନ୍ଦ୍ର ସରକାର ଓଡ଼ିଶା ଏବଂ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଅନ୍ୟ ରାଜ୍ୟଗୁଡ଼ିକ ସକାଶେ ଆଗୁଆ୧୦୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନିର୍ବାଚନ ରାଲିରେ କହିଥିଲେ କି ‘ଏହି ରାଜ୍ୟଗୁଡ଼ିକ ସହ ମୁଁ ସବୁବେଳେ ଯୋଗାଯୋଗରେ ରହୁଛି। ପରିସ୍ଥିତି ସହ ମୁକାବିଲା କରିବା ପାଇଁ ଆଗୁଆ ୧୦୦୦ କୋଟି ଟଙ୍କାର ରିଲିଫ୍‌ ଘୋଷଣା ହୋଇସାରିଛି। ମୁଁ ଏହା କହିବାକୁ ଚାହୁଁଛି ଯେ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ସମସ୍ତ ପରିବାର ଲୋକଙ୍କ ସହ କେନ୍ଦ୍ର ରହିଛି।’

ସମ୍ବନ୍ଧିତ ଖବର