ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ରମଣ ସିଂହ କିଣିଛନ୍ତି ଏକାଥରକେ ୧୯ଟି ପଜେରୋ ଗାଡ଼ି!

ନୂଆଦିଲ୍ଳୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଅନ୍ଧ ବିଶ୍ୱାସରେ ବଶବର୍ତ୍ତୀ ହୋଇ ଏକାଥରକେ ଏକ ପ୍ରକାରର ନମ୍ବର ପ୍ଲେଟ୍‌ ବିଶିଷ୍ଟ ୧୯ଟି ପଜେରୋ ଗାଡ଼ି କିଣିଥିବା କଥା ଏବେ ଚର୍ଚ୍ଚାରେ। ମୁଖ୍ୟମନ୍ତ୍ରୀ ନିକଟରେ ୧୯ ଟି ପଜେରୋ ଏସ୍‌ୟୁଭି କଣିଛନ୍ତି, ଯେଉଁଗୁଡ଼ିକର ନମ୍ବର ପ୍ଲେଟ୍‌ର ଶେଷ ତିନି ଅଙ୍କ ରହିଛି ୦୦୪। ୨୦୦୩ ମସିହାରୁ ରମଣ ସିଂହ ଛତିଶଗଡ଼ରେ ଲଗାଥର ଭାବେ ତିନି ଥର ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି। ଆଗକୁ ଆସୁଛି ୨୦୧୮ ବିଧାନସଭା ନିର୍ବାଚନ। ବିଧାନସଭା ନିର୍ବାଚନରେ ପୁର୍ନବିଜୟ ଆଶାରେ ସେ ଏପରି ଅନ୍ଧବିଶ୍ୱାସ ପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି ବୋଲି ତାଙ୍କର ସମାଲୋଚକମାନେ କଥା ଉଠାଇଛନ୍ତି।

କେତେକ କହୁଛନ୍ତି ମୁଖ୍ୟମନ୍ତ୍ରୀ ୧୯ଟି ଏସ୍‌ୟୁଭି ଏଥିପାଇଁ କିଣିଛନ୍ତି କାରଣ ସଂଖ୍ୟାତତ୍ତ୍ୱରେ ୧୯ ହେଉଛି ବିଜୟର ସଂକେତ। ଆଉ କେତେକ କହୁଛନ୍ତି ରମଣ ସିଂହଙ୍କର ବିଶ୍ୱାସ ରହିଛି ଯେ ୦୦୪ ହେଉଛି ତାଙ୍କ ଶୁଭ ସଂଖ୍ୟା(ଲକି ନମ୍ବର)। ଆଗାମୀ ନିର୍ବାଚନରେ ଜିତିବା ଆଶା ରଖି ଶ୍ରୀ ସିଂହ ଏପରି କରିଛନ୍ତି ବୋଲି କଥା ଉଠିଛି।

ଏକଥାକୁ ସଂପୂର୍ଣ୍ଣ ଭାବେ ଅସ୍ୱୀକାର କରିଛନ୍ତି ରମଣ ସିଂହ। ସେ କହଛନ୍ତି, ‘ନମ୍ବର ବାଛିବା ଆମର ନୁହେଁ ଆର୍‌ଟିଓର କାମ। ଯାହାବି ହେଉ ଯେଉଁ ସଂଖ୍ୟା ମିଳିଛି ତାହା ନିଶ୍ଚିତ ଭାବେ ଲକି ନମ୍ବର। କିନ୍ତୁ କଳା ଯାଦୁରେ ମୁଁ ବିଶ୍ୱାସ କରେନା।’

ସମ୍ବନ୍ଧିତ ଖବର