ନୂଆଦିଲ୍ଲୀ: ଯବାନଙ୍କ ନଜରରେ ଏବେ ନକ୍ସଲଗଡ ଭାବେ ପରିଚିତ ଛତିଶଗଡ । ସେ ସୁକମା କୁହନ୍ତୁ କି ବିଜାପୁର କୁହନ୍ତୁ ଅବା ବସ୍ତର । ଛତିଶଗଡରେ ବିଭିନ୍ନ ସମୟରେ ତାଣ୍ଡବ ରଚନ୍ତି ମାଓବାଦୀ । ଆଉ ମାଓ ହିଂସାର ଶିକାର ହୋଇ ଜୀବନ ହରାନ୍ତି ଯବାନ । ନକ୍ସଲଙ୍କ ଗୁଳିରେ, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଅନେକ ସମୟରେ ସହିଦ ହୁଅନ୍ତି ଆମ ଦେଶର ସୁରକ୍ଷା କର୍ମୀ । କେତେବେଳେ ପୋଲିସ ଗାଡିକୁ ଟାର୍ଗେଟ୍ କରନ୍ତି ତ କେବେ ଆମ୍ବୁସ କରି ଅତର୍କିତ ଆକ୍ରମଣ କରି ଯବାନଙ୍କ ଜୀବନ ନଇଯାଆନ୍ତି...
/sambad/media/media_files/2025/03/20/vM7OJeZoBoHApAjmQnha.jpg)
ହେଲେ ଜଙ୍ଗଲରେ ଲୁଚି ଲୁଚି ଆକ୍ରମଣ କରୁଥିବା ସେହି ଜହ୍ଲାଦ ମାନଙ୍କୁ ମଝିରେ ମଝିରେ ପାନେ ଦିଅନ୍ତି ଆମ ଯବାନ । କେବେ କମ୍ବିଂ ଅପରେସନ ତ କେବେ ମିଶନ ମାଓବାଦୀ... ନକ୍ସଲ ମୁକ୍ତ ଭାରତର ଅଭିଯାନକୁ ଆଗେଇ ନେବାକୁ ଏବେ ଲଗାତାର ଅପରେସନ କରି ମାଓ ଶିବିର ଧ୍ୱଂସ କରିବା ସହ ନକ୍ସଲ ଗଡରେ ଆତଙ୍କ ଖେଳାଇଛନ୍ତି ଆମ ଯବାନମାନେ । ମାଓବାଦୀଙ୍କୁ ନିପାତ କରି ଇଟାର ଜବାବ ପଥରରେ ଦେଉଛନ୍ତି ସୁରକ୍ଷା କର୍ମୀ । ଭାରତକୁ ନକ୍ସଲ ମୁକ୍ତ କରିବାକୁ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାକୁ ଆହୁରି ବଳ ଦେଇଛି ଆଜିର ମାଓ ନିପାତ ଘଟଣା ।
#WATCH | Chhattisgarh: Visuals from near ground zero in Bijapur District where jawans are returning from the encounter site. Bodies of Naxalites and other materials were also recovered.
— ANI (@ANI) March 20, 2025
So far, the bodies of 26 Naxalites have been recovered during the encounter in… pic.twitter.com/5mSf3JHWsu
ଛତିଶଗଡର ବିଜାପୁର ଏବଂ କାଙ୍କେରରେ ସୁରକ୍ଷା କର୍ମୀ ଦୁଇଟି ପୃଥକ ଅପରେସନରେ ୨୬ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି । ନକ୍ସଲ ଗଡ ସଫା କରିବା ସହ ନକ୍ସଲ ଶିବିରରୁ ବିପୁଳ ପରିମାଣରେ ମାରଣାସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି । ଏହି ବଡ ଧରଣର ଏନକାଉଣ୍ଟରରେ ଜଣେ ଯବାନ ସହିଦ ହୋଇଛନ୍ତି ।
ନକ୍ସଲ ମୁକ୍ତ ଭାରତ ଗଠନ ପାଇଁ ଆଗାମୀ ଦିନରେ ମାଓବାଦୀଙ୍କ ନିପାତ ପାଇଁ ଅପରେଜନ ଜୋରଦାର ହେବ । ମାଓବାଦୀଙ୍କ ମୂଳପୋଛ ପାଇଁ ଯବାନମାନେ ସ୍ୱତନ୍ତ୍ର ରଣନୀତି କରୁଥିବା ବେଳେ ମାଓ ନେତା ହିଡମ୍ବାର ସନ୍ଧାନ ପାଇଁ ସେ ଆତଯାତ କରୁଥିବା ୧୨୫ରୁ ଅଧିକ ଗାଁରେ ସ୍ୱତନ୍ତ୍ର ଜ୍ଞାନକୌଶଳ ଜରିଆରେ ମେପିଂ କରାଯିବ । ଓଡିଶା, ଛତିଶଗଡ ଏବଂ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଗାଁରେ ଏବେ ଯବାନମାନେ ଡେରା ପକାଇଥିବା ବେଳେ ନକ୍ସଲଙ୍କୁ ମୂଳପୋଛ କରିବାକୁ ମୌକା ଖୋଜୁଛନ୍ତି । ତେବେ ଚଳିତ ବର୍ଷ ମୋଟ୍ ୧୦୫ ନକ୍ସଲଙ୍କୁ ନିପାତ କରାଯାଇଥିବା ଛତିଶଗଡର ଜଣେ ପୋଲିସ ଅଫିସର ସୂଚନା ଦେଇଛନ୍ତି ।
/sambad/media/media_files/2025/03/20/gBRKQB6SyvNjgO2WVITd.jpg)
ସେପଟେ ତେବେ ସୁରକ୍ଷା କର୍ମୀଙ୍କ ଏହି ସଫଳତାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଶାହା ଲେଖିଛନ୍ତି- ଆଜି ଆମ ଯବାନମାନେ ‘ନକ୍ସଲ ମୁକ୍ତ ଭାରତ ଅଭିଯାନ’ ଦିଗରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଛତିଶଗଡର ବିଜାପୁର ଏବଂ କାଙ୍କେରରେ ଆମର ସୁରକ୍ଷା ବାହିନୀ ଦୁଇଟି ପୃଥକ ଅପରେସନରେ ୨୬ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି । ଯାହା ଆମ ପାଇଁ ବଡ କଥା । ମୋଦୀ ସରକାର ନକ୍ସଲଙ୍କ ବିରୁଦ୍ଧରେ ଏକ ନିର୍ଦ୍ଦୟ ଆଭିମୁଖ୍ୟ ସହ ନକ୍ସଲମାନଙ୍କ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପୂର୍ବରୁ ଦେଶ ନକ୍ସଲ ମୁକ୍ତ ହେବାକୁ ଯାଉଛି ।
‘नक्सलमुक्त भारत अभियान’ की दिशा में आज हमारे जवानों ने एक और बड़ी सफलता हासिल की है। छत्तीसगढ़ के बीजापुर और कांकेर में हमारे सुरक्षा बलों के 2 अलग-अलग ऑपरेशन्स में 22 नक्सली मारे गए।
— Amit Shah (@AmitShah) March 20, 2025
मोदी सरकार नक्सलियों के विरुद्ध रुथलेस अप्रोच से आगे बढ़ रही है और समर्पण से लेकर समावेशन की…