ରାୟପୁର: ଗୋମୂତ୍ର କ୍ରୟ ପାଇଁ ଛତିଶଗଡ଼ ସରକାର ରାଜ୍ୟରେ ଆଜିଠାରୁ ନୂଆ ଯୋଜନା ପ୍ରଣୟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଗୁରୁବାର ଏହି ଯୋଜନାର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି।
ଏହି ଯୋଜନା ଅଧୀନରେ ରାଜ୍ୟ ସରକାର କୀଟନାଶକ ଏବଂ ଜୈବିକ ସାର ପ୍ରସ୍ତୁତି ନିମନ୍ତେ ଲିଟର ପିଛା ସର୍ବନିମ୍ନ ୪ ଟଙ୍କା ହାରରେ ଗୋମୂତ୍ର କ୍ରୟ କରିବା ଆରମ୍ଭ କରିଛନ୍ତି। ରାଜ୍ୟର କୃଷି ମହୋତ୍ସବ ‘ହାରେଲି’ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ବାଘେଲ ରାଜ୍ୟ ରାଜଧାନୀରେ ଥିବା ତାଙ୍କ ସରକାରୀ ବାସଭବନରେ ଏହି ଯୋଜନାର ଉନ୍ମୋଚନ କରିଥିଲେ।
ଏହି କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ମୁଖ୍ୟମନ୍ତ୍ରୀ ରାୟପୁରର ଚାନ୍ଦଖୁରୀରେ ଅବସ୍ଥିତ ନିଧି ସେଲ୍ଫ ହେଲ୍ପ ଗ୍ରୁପ (ଏସଏଚଜି)କୁ ପାଞ୍ଚ ଲିଟର ଗୋମୂତ୍ର ବିକ୍ରି କରିଥିଲେ। ଦୁଇ ବର୍ଷ ପୂର୍ବେ ରାଜ୍ୟ ସରକାର ନିଜର ଫ୍ଲାଗସିପ୍ ‘ଗୋଧନ ନ୍ୟାୟ ଯୋଜନା’ ଆରମ୍ଭ କରିଥିଲେ, ଯାହା ଅଧୀନରେ ଏହା ଗୋରୁ ପାଳନକାରୀ ଏବଂ କୃଷକଙ୍କ ଠାରୁ କିଲୋଗ୍ରାମ ପିଛା ୨ ଟଙ୍କା ହାରରେ ଗୋବର କିଣିବା ଆରମ୍ଭ କରିଥିଲା। ଗୋମୂତ୍ର କ୍ରୟ ଯୋଜନା ହେଉଛି ସମାନ କାର୍ଯ୍ୟକ୍ରମର ବିସ୍ତାର।
ଏହି ଅବସରରେ ବାଘେଲ କହିଥିଲେ, ଗୋଧନ ନ୍ୟାୟ ଯୋଜନାର ବହୁମୁଖୀ ଫଳାଫଳରୁ ଏକ ସଙ୍କେତ ନେଇ ଦେଶର ଅନେକ ରାଜ୍ୟ ଏହି ମଡେଲକୁ ଏବେ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଧନୀ ହୁଅନ୍ତୁ କିମ୍ବା ଗରିବ ହୁଅନ୍ତୁ, ସମସ୍ତେ ’ଗୌଥାନ’ (ପଶୁସମ୍ପଦ ଆଶ୍ରୟସ୍ଥଳ)ରେ ଗୋବର ବିକ୍ରି କରୁଛନ୍ତି ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ସ-237.jpg)