ନୂଆଦିଲ୍ଲୀ: ପଞ୍ଜାବ ପରେ ଏବେ ଆସିବ କି ଛତିଶଗଡ଼ର ପାଳି? ବଦଳିବେ କି ଛତିଶଗଡ଼ ମୁଖ୍ୟମନ୍ତ୍ରୀ? ଛତିଶଗଡ଼ କଂଗ୍ରେସରେ ଅସନ୍ତୋଷ ଦେଖାଦେବା ପରେ ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି। ପଞ୍ଜାବ, ରାଜସ୍ଥାନ ପରେ ଏବେ ଛତିଶଗଡରେ ମଧ୍ୟ ରାଜନୈତିକ ସଙ୍କଟ ଦେଖାଦେଇଛି। ଅନେକ ବିଧାୟକ ଅସନ୍ତୋଷ ଥିବା କୁହାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଜାରି ରହିଛି।
ସୂଚନା ମୁତାବକ, ଏବେ ୧୫ଜଣ ବିଧାୟକ ଦିଲ୍ଲୀରେ ପହଞ୍ଚିସାରିଛନ୍ତି। ଏହି ଯାତ୍ରା ବ୍ୟକ୍ତିଗତ ବୋଲି କୁହାଯାଉଥିଲେ ବି କଂଗ୍ରେସ ହାଇକମାଣ୍ଡ ତଥା ରାଜ୍ୟ ଦାୟିତ୍ୱରେ ଥିବା ପିଏଲ ପୁନିଆଙ୍କୁ ଭେଟିବା ପାଇଁ ପ୍ରସ୍ତୁତି ଚାଲିଥିବା ନେଇ ସୂଚନା ମିଳିଛି। ନେତୃତ୍ୱ ପରିବର୍ତ୍ତନକୁ ନେଇ ସମସ୍ତ ବିଧାୟକ ନୀରବ ରହିଥିବା ବେଳେ ନିଷ୍ପତ୍ତି ହାଇକମାଣ୍ଡଙ୍କ ଉପରେ ଛାଡିଛନ୍ତି।
www.indiatoday.inଛତିଶଗଡ଼ କଂଗ୍ରେସରେ ସଙ୍କଟ ନେଇ ଏହାକୁ ପଞ୍ଜାବ ସହ ସମାନ କରୁଥିବା ବିଜେପି ବିଷୟରେ ପଚରାଯିବାରୁ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି ଯେ, ଛତିଶଗଡ ସବୁବେଳେ ଛତିଶଗଡ ହୋଇ ରହିବ। ଏହା ପଞ୍ଜାବ ହୋଇପାରିବ ନାହିଁ। ପଞ୍ଜାବ ହେଉଛି ପୁଞ୍ଜ (ପାଞ୍ଚ) ଆବ (ଜଳ) ର ଭୂମି। ଏହା ପାଞ୍ଚଟି ନଦୀକୁ ନେଇ ଗଠିତ। ସେହିଭଳି ଛତିଶଗଡ 'ଛତିସ' (୩୬) 'ଗଡ଼' (ଦୁର୍ଗ)କୁ ନେଇ ଗଠିତ। ଏହାକୁ ଛାଡ଼ିଦେଲେ ଦୁଇ ରାଜ୍ୟ ମଧ୍ୟରେ ଅନ୍ୟ କୌଣସି ସମାନତା ନାହିଁ।
ତେବେ ପ୍ରକୃତରେ ସତ କ'ଣ ତାହା କିଛି ଦିନ ପରେ ଜଣାପଡ଼ିବ। ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଚେହେରା ବଦଳିବ ନାଁ ପୂର୍ବ ପରି ଭୁପେଶ ବାଘେଲ ରାଜ୍ୟରେ କ୍ଷମତାରେ ରହିବେ ତାହା ସ୍ପଷ୍ଟ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/t-8.jpg)