ରାୟପୁର : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଛତିଶଗଡ଼ ମଦ ମହାଦୁର୍ନୀତିର ସୂତ୍ରଧର ହେଉଛନ୍ତି ଆଇଏଏସ୍ ଅଫିସର ଅନିଲ ତୁଟେଜା ଏବଂ ତାଙ୍କୁ ସହଯୋଗ କରିଛନ୍ତି ମଦ ବ୍ୟବସାୟୀ ଅନୱାର ଧେବର। ଏହି ମଦ ସିଣ୍ଡିକେଟ୍ର ପରିଚାଳନା କରିଥିଲେ ଅନୱାର ଧେବର ଯେ କି ରାୟପୁର ମେୟର ଆଇଜାଜ ଧେବରଙ୍କ ବଡ଼ଭାଇ ବୋଲି ଇଡି ରବିବାର ପ୍ରକାଶ କରିଛି। ପଛଦ୍ବାର ବାଟେ ଖସି ପଳାଇବାକୁ ଚେଷ୍ଟା କଲାବେଳେ ଅନୱାର ଧେବରଙ୍କୁ ମନିଲଣ୍ଡରିଂ ନିବାରଣ ଆଇନ ଅନୁଯାୟୀ ଇଡି ଶନିବାର ଗିରଫ କରିଛି। ତେବେ ଧେବର ତାଙ୍କର ଗିରଫଦାରିକୁ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ଅଭିଯୋଗ କରିବା ସହ ଏହା ବିରୋଧରେ ସୁପ୍ରିମ୍କୋର୍ଟ ଯିବେ ବୋଲି କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp