ରାୟପୁର: ଛତିଶଗଡର ଧାମତରୀ ଜିଲ୍ଲାରେ ଘଟିଥିବା ଏକ ବିଚିତ୍ର ତଥା ଅଭାବନୀୟ ରୀତିନୀତି ସଂପ୍ରତି ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିବା ସହ ଆଲୋଡ଼ନ ସୃଷ୍ଟି କରିଛି। ଗର୍ଭବତୀ ହେବାକୁ ଚାହୁଁଥିବା ଶହ ଶହ ମହିଳା ଭୂମି ଉପରେ ଶୋଇଥିବା ବେଳେ ସେମାନଙ୍କୁ ଆଶୀର୍ବାଦ ଦେବାପାଇଁ ପୁରୋହିତମାନେ ସେମାନଙ୍କ ଉପରେ ଚାଲିଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି।
ଏକ ଜାତୀୟ ସ୍ତରର ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ସମାବେଶ ଜିଲ୍ଲାର ‘ମାଧାଇ ମେଲା’ (ମାଧାଇ ମେଳା)ରେ ଅନୁଷ୍ଠିତ ହୋଇଥିଲା। ଦୀପାବଳି ପାଳନ ଅବସରରେ ହଜାର ହଜାର ଭକ୍ତ ଏକତ୍ରିତ ହୋଇ ଦେବୀ ଅଙ୍ଗାରାମୋଟିଙ୍କୁ ପ୍ରାର୍ଥନା କରିବା ପାଇଁ ଏକତ୍ରିତ ହୋଇଥିବା କାଳରେ ଏହି ଘଟଣା ଘଟିଥିଲା। ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ଏହି ରୀତିନୀତି ବିଗତ ୫୦୦ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଛି। ଏବଂ ସ୍ଥାନୀୟ ଲୋକମାନେ ଏହି ପରମ୍ପରାର ଶକ୍ତି ଉପରେ ଦୃଢ଼ ଭାବରେ ବିଶ୍ୱାସ କରନ୍ତି। ଏପରିକି ସେମାନେ ମେଳାରେ ଯୋଗଦେବା ପରେ ଅନେକ ମହିଳା ଗର୍ଭବତୀ ହୋଇଥିବା ସେମାନେ ଦାବି କରିଛନ୍ତି।
Over 200 married women yearning to conceive lay on ground while group of priests walked on their backs beseeching the blessings from a local Goddess during ‘Madhai Mela’ in Chhattisgarh
How does this dangerous ritual ensure pregnancy for a woman? 😩pic.twitter.com/gEgelvjHu5
— Archie🚩 (@archu243) November 22, 2020
ଭାଇରାଲ୍ ହୋଇଥିବା ଭିଡିଓଗୁଡିକରେ ପ୍ରାୟ ୨୦୦ ମହିଳା ପେଟ ତଳକୁ ମାଡ଼ି ଭୂମିରେ ପଡ଼ିଥିବାର ନଜର ଆସିଛନ୍ତି। ପୁରୋହିତମାନେ ମନ୍ତ୍ର ଜପ କରିବା ସହ ସେମାନଙ୍କ ପିଠି ଉପରେ ଚାଲୁୁଥିବାର ନଜର ଆସିଛନ୍ତି।
ଏହି ଘଟଣାକୁ କେନ୍ଦ୍ର କରି ଏବେ ବିରୋଧ ଆରମ୍ଭ ହେବାପରେ ଛତିଶଗଡ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା କିରଣମୟୀ ନାୟକ କହିଛନ୍ତି ଯେ ସେ ଏପରି ରୀତିନୀତିକୁ ସମର୍ଥନ କରିବେ ନାହିଁ। ସେ କହିଛନ୍ତି ଯେ ଏପରି ଘଟଣା ମହିଳାମାନଙ୍କ କ୍ଷତି ମଧ୍ୟ ଘଟାଇପାରେ। ଗ୍ରାମବାସୀଙ୍କୁ ବିଶେଷ କରି ମହିଳାମାନଙ୍କୁ ଏଭଳି ରୀତିନୀତିର ବିପଦ ବିଷୟରେ ଶିକ୍ଷା ଦେବା ପାଇଁ ସେ ଗାଁ ପରିଦର୍ଶନରେ ଯିବେ ବୋଲି ସୂଚନା ଦେଇଛନ୍ତି।