କିଡ୍‌ନୀରେ ଥିବା ଷ୍ଟୋନ୍‌ ବାହାର କରିବାକୁ ଯାଇଥିଲେ ମହିଳା, ହେଲେ କିଡ୍‌ନୀ ବାହାର କରିଦେଲେ ଡାକ୍ତର

ନୂଆଦିଲ୍ଲୀ : ଛତିଶଗଡ଼ର ଖରାସିଆରେ ଥିବା ଏକ ଘରୋଇ ଡ଼ାକ୍ତରଖାନା ବିରେୋଧରେ ରୋଗୀର ପରିବାର ଲୋକେ ଗମ୍ଭୀର ଆରୋପ ଲଗାଇଛନ୍ତି । ଚିକିତ୍ସା ପାଇଁ ଆସିଥିବା ମହିଳାଙ୍କ କିଡ୍‌ନୀ ଡ଼ାକ୍ତର ଜାଣିଶୁଣି ବିକ୍ରି କରିବା ଉଦ୍ଦେଶ୍ୟରେ କାଢ଼ି ଦେଇଥିବା ଆରୋପ ଲଗାଇଛନ୍ତି ପରିବାର ଲୋକେ ।

oneindia.com

ସୂଚନା ମୁତାବକ, ପୀଡ଼ିତା ସୁମିତ୍ରା ବାଇ ପଟେଲଙ୍କର ପେଟରେ ଯନ୍ତ୍ରଣା ହେବାରୁ ପରୀକ୍ଷା ପାଇଁ ତାଙ୍କ ପୁଅ ରାୟଗଡ଼ରେ ଥିବା ଏକ ଘରୋଇ ଡ଼ାକ୍ତରଖାନାକୁ ଆଣିଥିଲେ । ସୋନୋଗ୍ରାଫି ପରେ ସୁମିତ୍ରାଙ୍କ ଗୋଟେ କିଡ୍‌ନୀରେ ୪ଏମ୍‌ଏମ୍‌ ଏବଂ ଅନ୍ୟଟିରେ ୨୦ଏମ୍‌ଏମ୍‌ ଷ୍ଟୋନ ଥିବା କହିଥିଲେ ଡ଼ାକ୍ତର । ଯାହା ପରେ ମେ’ ୨୬ରେ ସୁମିତ୍ରାଙ୍କ ଅସ୍ତ୍ରୋପଚାର ପାଇଁ ତାଙ୍କୁ ଖରାସିଆର ବନାଞ୍ଚର କେୟାରରେ ଭର୍ତ୍ତି କରାଯାଇଥିଲା । ମେ’ ୩୦ରେ ତାଙ୍କର ଏକ କିଡ୍‌ନୀର ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ପରେ ସୁମିତ୍ରାଙ୍କ ପରିବାର ଲୋକଙ୍କୁ ସନ୍ଦେହ ହେବାରୁ ସେମାନେ ପୁଣି ଥରେ ସୁମିତ୍ରାଙ୍କ ସୋନୋଗ୍ରାଫି କରାଇଥିଲେ । ଯାହା ପରେ ତାଙ୍କର ଗୋଟେ କିଡ୍‌ନୀ ନଥିବା ସ୍ପଷ୍ଟ ହୋଇଥିଲା । ଏହି ମାମଲା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଏ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର