ନୂଆଦିଲ୍ଲୀ: ୨୦୧୨ ମସିହା ଡିସେମ୍ବର ୧୬ ତାରିଖ ସମଗ୍ର ଦେଶ ପାଇଁ ଥିଲା ଏକ କଳା ରାତି। ଏହି ରାତିରେ ଦିଲ୍ଲୀର ୨୩ ବର୍ଷୀୟା ପରାମେଡିକାଲ୍ ଛାତ୍ରୀ ନିର୍ଭୟାଙ୍କ ସହ ଯାହା ଘଟିଥିଲା ତାହା ଏବେ ବି ଭବିଲା ବେଳକୁ ଲୋମମୂଳ ଟାଙ୍କୁରି ଉଠେ। ନିର୍ଭୟା ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ଦକ୍ଷିଣ ଦିଲ୍ଳୀର ଏକ ବସ୍ରେ ଘରକୁ ଫେରୁଥିଲେ । ଘଟଣାଚକ୍ରରେ ସେ ଯେଉଁ ବସରେ ଚଢ଼ିଥିଲେ ସେଥିରେ କୌଣସି ଯାତ୍ରୀ ନଥିଲେ। ସେହି ଚଳନ୍ତା ବସ୍ ମଧ୍ୟରେ ୬ ଜଣ ଦୁର୍ବୃତ୍ତ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରିବା ସହ ଅମାନୁଷିକ ଆକ୍ରମଣ କରି ମୂମୁର୍ଷୁ ଅବସ୍ଥାରେ ରାସ୍ତାକୁ ଫିଙ୍ଗି ଦେଇଥିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। କେବଳ ସେତିକି ନୁହେଁ, ନିର୍ଭୟାଙ୍କ ଗୁପ୍ତାଙ୍ଗକୁ ଲୁହା ଛଡ଼ରେ ଆଘାତ କରିବା ଭଳି ଆସୁରିକ ଅତ୍ୟାଚାର ବି କରିଥିଲେ ଏହି ଦୁର୍ବୃତ୍ତମାନେ।
#SedonaForum: Our 2019 Award for Courage and Leadership goes to Chhaya Sharma, decorated officer of the Indian Police Service now human rights commission inspector. She’s faced down systemic human trafficking and sexual assault. @mschhayasharma@cindymccain#InTheArenapic.twitter.com/slTmyLQXUZ
— McCain Institute (@McCainInstitute) May 4, 2019
ତେବେ ଏଭଳି ଅମାନବୀୟ ଘଟଣା ଘଟିବା ପରେ ଏହାର ତଦନ୍ତ ଦାୟିତ୍ୱ ଆଇପିଏସ୍ ଅଫିସର ଛାୟା ଶର୍ମାଙ୍କୁ ଦିଆଯାଇଥିଲା । ଘଟଣା ଘଟିବାର କିଛି ଦିନ ପରେ ରେକର୍ଡ ଟାଇମ୍ ମଧ୍ୟରେ ଛାୟା ଶର୍ମା ୬ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଏହି କାମ କରିବା ପାଇଁ ସେ ନିଜର ଖାଇବା ଶୋଇବା ମଧ୍ୟ ଭୁଲି ଯାଇଥିଲେ । ୬ଦିନ ପର୍ଯ୍ୟନ୍ତ ସେ ଘରକୁ ମଧ୍ୟ ଯାଇ ନଥିଲେ । ତେବେ ଏତେ ସାହାସର ସହ ଏହି ମାମଲାକୁ ସମ୍ଭାଳିଥିବାରୁ ତାଙ୍କୁ ଆମେରିକା ସମ୍ମାନିତ କରିଥିବା ଜଣାପଡ଼ିଛି । ଏରିଜୋନାର ଷ୍ଟେଟ୍ ୟୁନିଭର୍ସିଟି ଛାୟା ଶର୍ମାଙ୍କୁ ମୈକ୍କେନ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ଇଣ୍ଟନ୍ୟାସ୍ନାଲ ଲିଡରସସିପ୍ ଆଓ୍ଵାର୍ଡରେ ସମ୍ମାନୀତ କରିଥିବା ଜଣା ପଡ଼ିଛି ।