ନୂଆଦିଲ୍ଲୀ : ୨୦୦୯ ମସିହାର ଡବଲ ମର୍ଡର ମାମଲାରେ ଗୁରୁବାର ଦିନ ମୁମ୍ବାଇ ସ୍ବତନ୍ତ୍ର କୋର୍ଟ ଗ୍ୟାଙ୍ଗଷ୍ଟର ଛୋଟା ରାଜନ ଏବଂ ଅନ୍ୟ ୩ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି। ସ୍ବତନ୍ତ୍ର ବିଚାରପତି ଏଏମ୍ ପାଟିଲ ପ୍ରମାଣ ଅଭାବରୁ ସେମାନଙ୍କୁ ଦୋଷମୁକ୍ତ କରିଛନ୍ତି। ଛୋଟା ରାଜନ ବ୍ୟତୀତ ମାମଲାରୁ ଦୋଷମୁକ୍ତ ହୋଇଥିବା ଅନ୍ୟ ଅଭିଯୁକ୍ତମାନେ ହେଉଛନ୍ତି ମହମ୍ମଦ ଅଲି ଶେଖ, ଉମେଦ ଶେଖ ଏବଂ ପ୍ରଣୟ ରାଣେ।
ଉଲ୍ଲେଖଯୋଗ୍ୟ, ୨୦୦୯ ଜୁଲାଇରେ ଦକ୍ଷିଣ ମୁମ୍ବାଇର ନାଗପଡ଼ା ଅଞ୍ଚଳରେ ଶାହିଦ ଗୁଲାମ ହୁସେନ ଓରଫ ଛୋଟେ ମିୟାଙ୍କୁ ୨ ଜଣ ବ୍ୟକ୍ତି ଗୁଳି କରିଥିଲେ। ସେମାନେ ଗୁଳି କରିବାପରେ ସ୍ଥାନ ଛାଡ଼ି ଖସିଯିବାକୁ ଚେଷ୍ଟା କରିବା ସମୟରେ ଅନ୍ୟ ୩ ଜଣଙ୍କ ଉପରକୁ ମଧ୍ୟ ଗୁଳି ଚାଳନା କରିଥିଲେ। ଫଳରେ ଛୋଟେ ମିଆଁ ଏବଂ ସୟିଦ ଆର୍ସଦର ମୃତ୍ୟୁ ହୋଇଥିଲା। ଛୋଟା ରାଜନ ଏହି ମାମଲାରୁ ଦୋଷମୁକ୍ତ ହୋଇଥିଲେ ବି ସେ ଜେଲ୍ରୁ ମୁକୁଳିପାରିବନି। ଆହୁରି ଅନେକ ମାମଲାରେ ରାଜନ ବିରୋଧରେ ବିଚାରଣା ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/chhota-rajan.jpg)