ଇସ୍ଲାମାବାଦ: ଚୀନ୍ର ୱାନ୍ ବେଲ୍ଟ ୱାନ୍ ରୋଡ୍ (ଓବିଓଆର୍) ପ୍ରକଳ୍ପ ଏବେ ପାକିସ୍ତାନରେ କେବଳ ବନ୍ଦର, ସଡ଼କ ଏବଂ ପୋଲ ନିର୍ମାଣରେ ସୀମିତ ରହିନାହିଁ। ପାକିସ୍ତାନ ଆର୍ଥିକ କରିଡର୍ ମାଧ୍ୟମରେ ପାକ୍ରେ ସ୍ପତନ୍ତ୍ର ଆର୍ଥିକ ଜୋନ୍ ସୃଷ୍ଟି କରି ସେଠାରେ ଯୁଦ୍ଧାସ୍ତ୍ର ଉତ୍ପାଦନ ପାଇଁ ଚୀନ୍ ମୁଖ୍ୟ ଲକ୍ଷ୍ୟ ରଖିଥିବା ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଏହି ସ୍ବତନ୍ତ୍ର ଜୋନ୍ରେ ଚୀନ୍ ଯୁଦ୍ଧ ବିମାନ ଏବଂ ଅନ୍ୟ ଯୁଦ୍ଧ ସରଞ୍ଜାମ ପ୍ରସ୍ତୁତ କରିବା ପାଇଁ ବ୍ୟାପକ ଯୋଜନା କରିଛି ଏବଂ ଚୀନ୍ର ଋଣ ଭାରରେ ବୁଡ଼ିରହିଥିବା ପାକିସ୍ତାନ ଏଥିପ୍ରତି ସବୁ ସହାୟତା ଯୋଗାଇ ଦେଉଛି। ୭୦ଟି ରାଷ୍ଟ୍ରରେ ଚୀନ୍ ୧ ଲକ୍ଷ କୋଟି ଡଲାର ଓବିଓଆର୍ ଯୋଜନାରେ ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏବେ କେବଳ ପାକିସ୍ତାନ ହିଁ ଏହି ଯୋଜନାରେ ପ୍ରମୁଖ ଭାବେ ଆଗଭର ହେଉଥିବାରୁ ଚୀନ୍-ପାକ୍ ଆର୍ଥିକ କରିଡର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଚୀନ୍ର ପଡ଼ୋଶୀ ପାକିସ୍ତାନ ରଣନୀତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିବାରୁ ଏବେ ଚୀନ୍ ପାକିସ୍ତାନକୁ ନିଜ ହାତମୁଠାରେ ରଖି ଗୋଟିଏ ପରେ ଗୋଟିଏ ଯୋଜନା ସାକାର କରୁଛି। ଓବିଓଆର୍ ଯୋଜନାକୁ ଦୃଢ଼ ବିରୋଧ କରିଆସିଥିବା ଭାରତ ସିପିଇସିକୁ ମଧ୍ୟ ବେଆଇନ ଦର୍ଶାଇଛି। ଭାରତ ବିରୋଧରେ ପାକିସ୍ତାନକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଚୀନ୍ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରୁଥିବାରୁ ଏହି ମାମଲା ନେଇ ଆଗାମୀ ଦିନରେ ଅନ୍ତର୍ଜାତୀୟ କୂଟନୀତି ସରଗରମ ହେବ ବୋଲି କୁହାଯାଉଛି।
ଚୀନ୍ର ଓବିଓଆର୍ ଭେଳିକି, ପାକିସ୍ତାନରେ ଯୁଦ୍ଧାସ୍ତ୍ର ଉତ୍ପାଦନ ମୁଖ୍ୟ ଲକ୍ଷ୍ୟ
/sambad/media/post_attachments/wp-content/uploads/2018/12/maxresdefault-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)