୧୫ କଂଗ୍ରେସ ଅଧ୍ୟକ୍ଷଙ୍କ ନାମ ଗଣିଲେ ଚିଦମ୍ବରମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଏକ ନିର୍ବାଚନୀ ସଭାରେ କଂଗ୍ରେସକୁ ଟାର୍ଗେଟ କରି କହିଥିଲେ ଯେ କଂଗ୍ରେସ ଏବେ ଗାନ୍ଧୀ ପରିବାର ବାହାରୁ କୌଣସି ନେତାଙ୍କୁ ୫ ବର୍ଷ ପାଇଁ ଦଳର ଅଧ୍ୟକ୍ଷ କରି ଦେଖାଉ। ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ ମୋଦୀଙ୍କ ଏହି ଆହ୍ବାନର ଜବାବ ଦେଇ ଆଜି ଟ୍ବିଟ୍‌ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ମୃତି ଶକ୍ତି ଦୁର୍ବଳ ରହିଛି। ୧୯୪୭ରୁ ଗାନ୍ଧୀ ପରିବାର ବାହାରୁ ୧୫ ଜଣ ଅଧ୍ୟକ୍ଷ ହୋଇଛନ୍ତି ଏବଂ ସେମାନେ ହେଲେ ଆଚାର୍ଯ୍ୟ କ୍ରିପାଲାନି, ପି. ସୀତାରମେୟା, ପୁରୁଷୋତ୍ତମଦାସ ଟଣ୍ଡନ, ୟୁଏନ୍‌ ଧେବର୍‌, ସଂଜୀବ ରେଡ୍ଡି, ସଂଜୀଭୈୟା, କାମରାଜ, ନିଜଲିଙ୍ଗପ୍ପା, ସି. ସୁବ୍ରମଣ୍ୟମ, ଜଗଜ୍ଜୀବନ ରାମ, ଶଙ୍କର ଦୟାଲ ଶର୍ମା, ଡି.କେ. ବରୁଆ, ବ୍ରହ୍ମାନନ୍ଦ ରେଡ୍ଡି, ପି.ଭି. ନରସିଂହ ରାଓ ଏବଂ ସୀତାରାମ କେଶରୀ।

ସମ୍ବନ୍ଧିତ ଖବର