ପୁଣି ନିରାଶ ହେଲେ ଚିଦାମ୍ବରମ୍, ଶୁକ୍ରବାରକୁ ଘୁଞ୍ଚିଲା ତାଙ୍କ ଜାମିନ ଆବେଦନର ଶୁଣାଣି
ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ନିରାଶ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ । ଆଇଏନଏକ୍ସ ମିଡିଆ ଲାଞ୍ଚ କାରବାର ମାମଲାରେ ସେ କରିଥିବା ଅଗ୍ରୀମ ଜାମିନ ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ପୁଣି ଥରେ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ଶୁକ୍ରବାର ଦିନ ଅର୍ଥାତ ଅଗଷ୍ଟ ୨୩ରେ ଏହି ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଏହା ଫଳରେ ଚିଦାମ୍ବରମ୍କୁ ଗିରଫ କରିବାକୁ ଖୋଜୁଥିବା ସିବିଆଇ ଓ ଇଡି ପାଖରେ ଆଉ ୨ ଦିନ ସମୟ ମିଳିଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ବେଳେ ବିଚାରପତି କହିଥିଲେ ଯେ ଉପଲବ୍ଧ ତଥ୍ୟପ୍ରମାଣରୁ ଜଣାଯାଉଛି ଯେ ଆଇନଏକ୍ସ ମିଡିଆ ଦୁର୍ନୀତିରେ ଚିଦାମ୍ବରମ ହିଁ ମୁଖ୍ୟ ଷଡଯନ୍ତ୍ରକାରୀ । ଏଣୁ ଏହି ମାମଲାର ଉପଯୁକ୍ତ ତଦନ୍ତ ପାଇଁ ତାଙ୍କୁ ହାଜତକୁ ନିଆଯିବାର ଆବଶ୍ୟକତା ରହିଛି । ୨୦୦୭ରେ ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବାବେଳେ ଆଇଏନଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶକୁ ବିଦେଶୀ ନିବେଶ ପ୍ରେତ୍ସାହନ ବୋର୍ଡ ବେଆଇନ ଭାବେ ଅନୁମତି ଦେଇଥିଲା ।