ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମ୍ଙ୍କୁ ଆଜି (ଗୁରୁବାର) ଏୟାରସେଲ୍ ମ୍ୟାକ୍ସିସ୍ ମାମଲାରେ ଅଭିଯୁକ୍ତ ଭାବେ ଦର୍ଶାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଆଜି ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଅତିରିକ୍ତ ଚାର୍ଜସିଟ୍ରେ ଏୟାରସେଲ୍ ମ୍ୟାକ୍ସିସ୍ ମାମଲାରେ ପି ଚିଦମ୍ବରମ୍ ମନି ଲଣ୍ଡରିଂରେ ସଂପୃକ୍ତ ଥିବା ଦର୍ଶାଇ ‘ପ୍ରଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ’ ଅନୁଯାୟୀ ଅଭିଯକ୍ତ ନମ୍ବର ୧ ଭାବେ ଦର୍ଶାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପି ଚଦମ୍ବରମ୍ଙ୍କ ବ୍ୟତୀତ ଅନ୍ୟ ୮ ଜଣଙ୍କୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ଭାବେ ଦର୍ଶାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ଆସନ୍ତା ୨୯ ତାରଖରେ ଦିଲ୍ଲୀ ହାଇକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦାଖଲ ହୋଇଥିବା ଏହି ଅତିରିକ୍ତ ଚାର୍ଜସିଟ୍କୁ ବିଚାର ପାଇଁ ଗ୍ରହଣ କରିବେ।
ତେବେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମ୍ଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏପ୍ରକାର କାର୍ଯ୍ୟାନୁଷ୍ଠାନର ଘୋର ବିରୋଧ କରିଛି ବିରୋଧୀ କଂଗ୍ରେସ। କଂଗ୍ରେସ ନେତା ହରିଶ ରାଓ୍ଵତ କହିଛନ୍ତି ଯେ କେବଳ ମାତ୍ର ରାଜନୈତିକ ଆକ୍ରୋଶ ରଖି ସରକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ହାତ ବାରିସି କରି ଚିଦମ୍ବରମ୍ଙ୍କ ବିରୋଧରେ ଏ ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/chidambaram_.jpeg)