ସୁପ୍ରିମ୍‌ କୋର୍ଟରୁ ତୁରନ୍ତ ଆଶ୍ୱସ୍ତି ପାଇବାରେ ଚିଦାମ୍ବରମ୍‌ ବିଫଳ, ମାମଲା ପ୍ରଧାନ ବିଚାରପତିଙ୍କ ନିକଟକୁ ଯିବ

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫଦାରି ଆଶଙ୍କା କରୁଥିବା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ ବୁଧବାର ଦିନ ସୁପ୍ରିମ୍‌ କୋର୍ଟଙ୍କର ଖଣ୍ଡପୀଠଙ୍କ ଠାରୁ ତୁରନ୍ତ ଆଶ୍ୱସ୍ତି ପାଇବାରେ ବିଫଳ ହୋଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ଜରୁରୀ ତାଲିକାଭୁକ୍ତ କରିବାକୁ ବିଚାର କରାଯିବା ନିମନ୍ତେ ତାଙ୍କ ପିଟିସନ୍‌ ଭାରତର ପ୍ରଧାନ ବିଚାରପତିଙ୍କ ପାଖକୁ ପଠାଯିବ।

ଗିରଫଦାରିରୁ ସୁରକ୍ଷା ଲାଗି ଚିଦାମ୍ବରମ୍‌ କରିଥିବା ଆବେଦନକୁ ଜଷ୍ଟିସ୍‌ ଏନ୍‌ ଭି ରମନା, ଏମ୍‌ ଶାନ୍ତାନାଗୌଦାର୍‌ ଏବଂ ଅଜୟ ରାସ୍ତୋଗିଙ୍କ ଖଣ୍ଡପୀଠକୁ ପଠାଯାଇଥିଲା। ସେମାନେ କହିଲେ କି, ମାମଲା ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ପାଖକୁ ଯିବ।

ନେତୃତ୍ୱ ବହନକାରୀ ବରିଷ୍ଠ ଆଡ୍‌ଭୋକେଟ୍‌ ସିବଲଙ୍କୁ ଖଣ୍ଡପୀଠ କହିଲେ: ମୁଁ ଏହି ଆବେଦନ ଭାରତର ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଉଛି।
ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ ତରଫରୁ ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟା ଖଣ୍ଡପୀଠଙ୍କୁ କହିଲେ ଯେ ଏଇଟା ଗୋଟାଏ ବିଶାଳ ଆର୍ଥିକ ଦୁର୍ନୀତି ମାମଲା। ମେହେଟାଙ୍କୁ ସହଯୋଗ କରୁଥିବା ଅନ୍ୟତମ ଆଇନ୍‌ ଅଧିକାରୀ କହିଲେ ଚିଦାମ୍ବରମ୍‌ଙ୍କ ଯେକୌଣସି ପଦକ୍ଷେପକୁ ବିରୋଧ କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ପ୍ରାରମ୍ଭରୁ ସିବଲ ସୁପ୍ରିମ୍‌ କୋର୍ଟଙ୍କୁ କହିଥିଲେ ଯେ ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟରେ ଚିଦାମ୍ବରମ୍‌ଙ୍କ ଆବେଦନ ଖାରଜ ହୋଇଯାଇଥିଲା।
ସେ କହିଲେ, ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ ଦାଏର ଆଇଏନ୍‌ଏକ୍ସ୍‍ ମାମଲାରେ ଚିଦାମ୍ବରମ୍‌ ବର୍ଷେରୁ ଅଧିକ ସମୟ ଗିରଫଦାରିରୁ ସୁରକ୍ଷା ପାଇଛନ୍ତି।

ସମ୍ବନ୍ଧିତ ଖବର