ଏୟାର୍‌ସେଲ୍‌-ମ୍ୟାକ୍ସିସ୍‌ ମାମଲାରେ ଗିରଫଦାରିରୁ ଚିଦାମ୍ବରମ୍‌ଙ୍କୁ ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ: ଆଗୁଆ ଜାମିନ ଆବେଦନ କରିବା ପରେ ଆଜି ଦିଲ୍ଲୀ ଠାରେ ଏକ ସ୍ପେସାଲ୍‌ ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ କୋର୍ଟ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ଏୟାର୍‌ସେଲ୍‌-ମ୍ୟାକ୍ସିସ୍‌ ମାମଲାରେ ଗିରଫଦାରିରୁ ବର୍ତ୍ତିବା ନିମନ୍ତେ ଅନ୍ତରୀଣ ସୁରକ୍ଷା ମଞ୍ଜୁର କରିଛି।
ଜୁନ୍‌ ୫ ତାରିଖ ଯାଏଁ ଚିଦାମ୍ବରମ୍‌ଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯାଇଛି। ତା’ପରେ ଅଦାଲତ ପରବର୍ତ୍ତୀ ଶୁଣାଣି କରିବେ।

ଏହି ମାମଲାରେ ଜୁନ୍‌ ୫ ତାରିଖ ଦିନ ଚିଦାମ୍ବରମ ପ୍ରବର୍ତ୍ତନ ନିର୍ଦେଶାଳୟଙ୍କ ଠାରେ ହାଜର ହେବାର ଅଛି।

ବରିଷ୍ଠ ଆଡ୍‌ଭୋକେଟ୍‌ ଏବଂ କଂଗ୍ରେସ ନେତା କପିଳ ସିବଲ୍‌ ଜାମିନ୍‌ ଆବେଦନ ଶୁଣାଣି ବେେଳେ ଚିଦାମ୍ବରମ୍‌ ପାଇଁ ଜବାବସୁଆଲ୍‌ କରିଥିଲେ।
କଳା ଟଙ୍କା ଧଳା କରାଯାଇଛି ବୋଲି କୁହାଯାଉଥିବା ଏୟାର୍‌ସେଲ୍‌-ମ୍ୟାକ୍ସିସ୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଏବଂ ସିବିଆଇ ତଦନ୍ତ କରୁଛି। ଏହି ମାମଲାରେ ସମ୍ପୃକ୍ତ ଥିବା ପି ଚିଦାମ୍ବରଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ ଏ ବର୍ଷ ଫେବ୍ରୁଆରି ମାସରେ ଗିରଫ ହୋଇ ଥିଲେ।

ସମ୍ବନ୍ଧିତ ଖବର