ଆଇଏନ୍‌ଏକ୍ସ ମିଡିଆ ମାମଲା: ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମମ୍ବରମ୍‌ଙ୍କୁ ୪ ଘଣ୍ଟାର ମାରାଥନ୍‌ ଜେରା କଲା ସିବିଆଇ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦାମମ୍ବରମ୍‌ଙ୍କୁ ଆଇଏନ୍‌ଏକ୍ସ ମିଡିଆ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଅଧିକାରୀମାନେ ଆଜି (ବୁଧବାର) ଦୀର୍ଘ ୪ ଘଣ୍ଟା କାଳ ମାରାଥନ୍‌ ଜେରା କରିଛନ୍ତି। ଆଇଏନ୍‌ଏକ୍ସ ମିଡିଆରେ ବିଦେଶୀ ପୁଞ୍ଜି ନିବେଶ ପାଇଁ ଅନୁମତି ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ସମୟରେ ପି. ଚିଦାମମ୍ବରମ୍‌ ଅହେତୁକ ଅନୁକମ୍ପା ପ୍ରଦର୍ଶନ ସହ କାଗଜ ପତ୍ର ଏପଟସେପଟ କରିଥିବା ଅଭିଯୋଗ ଉପରେ ସିବିଆଇ ତାଙ୍କ ବିରୋଧରେ ତଦନ୍ତ କରୁଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବିଶିଷ୍ଟ ଗଣମାଧ୍ୟମ ବ୍ୟବସାୟୀ ପିଟର ମୁଖାର୍ଜୀ ଓ ତାଙ୍କ ପତ୍ନୀ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ମାଲିକାନାରେ ଥିବା ଆଇଏନ୍‌ଏକ୍ସ ମିଡିଆରେ ବିଦେଶୀ ପୁଞ୍ଜି ନିବେଶ ପାଇଁ ଅନୁମତି ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ସମୟରେ ପି. ଚିଦାମମ୍ବରମ୍‌ ଅହେତୁକ ଅନୁକମ୍ପା ପ୍ରଦର୍ଶନ ସହ କାଗଜ ପତ୍ର ଏପଟସେପଟ କରିଥିବା ଅଭିଯୋଗ ହୋଇଥିଲା। ଏବଂ ସିବିଆଇ ଏହାର ତଦନ୍ତ କରୁଥିଲା। ଆଜି ଏହି ମାମଲାରେ ସିବିଆଇ ପି. ଚିଦାମମ୍ବରମ୍‌ଙ୍କୁ ସିବିଆଇ ମୁଖ୍ୟାଳୟକୁ ସମନ କରି ଦୀର୍ଘ ୪ ଘଣ୍ଟାକାଳ ମାରାଥନ ଜେରା କରିଥିଲା। ତେବେ, ସିବିଆଇ ଜେରାର ସାମ୍ନା କରି ସିବିଆଇ ମୁଖ୍ୟାଳୟରୁ ଫେରିବା ବେଳେ ଗଣମାଧ୍ୟମକୁ କହିଛନ୍ତି ଯେ ସିବିଆଇ ନିକଟରେ ଯେଉଁ ଏଫ୍‌ଆଇଆର୍‌ ଅଛି ସେଥିରେ ତାଙ୍କ ବିରୋଧରେ କୌଣସି ପ୍ରକାରର ଅଭିଯୋଗ ନାହିଁ।

ଉଲ୍ଲେଖଯୋଗ୍ୟ, ଦେଶରେ ଚର୍ଚ୍ଚିତ ସିନାବୋରା ହତ୍ୟା ମାମଲାରେ ଅଭିଯୁକ୍ତ ଥାଇ ଆଇଏନ୍‌ଏକ୍ସ ମିଡିଆର ମାଲିକ ବିଶିଷ୍ଟ ଗଣମାଧ୍ୟମ ବ୍ୟବସାୟୀ ପିଟର ମୁଖାର୍ଜୀ ଓ ତାଙ୍କ ପତ୍ନୀ ଇନ୍ଦ୍ରାଣୀ ମୁଖାର୍ଜୀ ଏବେ ଜେଲରେ ଅଛନ୍ତି ଓ ଏହି ଘଟଣାର ତଦନ୍ତ ମଧ୍ୟ ସିବିଆଇ କରୁଛି।

ସମ୍ବନ୍ଧିତ ଖବର