ପୁଣି ନିରାଶ ହେଲେ ଚିିଦମ୍ବରମ, ଆତ୍ମସମର୍ପଣ ଆବେଦନ ଖାରଜ କଲେ ସିବିଆଇ କୋର୍ଟ

ନୂଆଦିଲ୍ଲୀ : ପୂର୍ବରୁ ସିବିଆଇ କିମ୍ବା ଇଡି ଆଗରେ ଆତ୍ମସମର୍ପଣ ନ କରି ଲୁଚୁଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦମ୍ବରମ ଏବେ ଇଡି ଆଗରେ ଆତ୍ମସମର୍ପଣ କରିବାକୁ ଚାହୁଁଛନ୍ତି, ମାତ୍ର ଅନୁମତି ମିଳୁନାହିଁ । ଆଇଏନଏକ୍ସ ମିଡିଆ ମାମଲାରେ ଇଡି ଆଗରେ ଆତ୍ମସମର୍ପଣ କରିବାକୁ ଚିଦମ୍ବରମ କରିଥିବା ଆବେଦନକୁ ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟ ଖାରଜ କରିଦେଇଛନ୍ତି । ଏହା ଫଳରେ ସେ ଦିଲ୍ଲୀର ତିହାର ଜେଲରେ ଆଉ କିଛି ଦିନ ରହିବେ ।

photo-navbharattimes

ସ୍ୱତନ୍ତ୍ର ସିବିଆଇ ବିଚାରପତି ଅଜୟ କୁମାର କୁହର ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଇଡି ପକ୍ଷରୁ କୁହାଯାଇଛି ଯେ ଉଚିତ ସମୟ ଆସିଲେ ଚିଦମ୍ବରମଙ୍କୁ ଗିରଫ କରାଯିବ । ଅନ୍ୟପକ୍ଷରେ ଚିଦମ୍ବରମଙ୍କ ଓକିଲ କହିଥିଲେ ଯେ ତାଙ୍କ ମହକିଲଙ୍କୁ ହଇରାଣ କରିବାକୁ ଇଡି ତାଙ୍କୁ ନିଜ ହାଜତକୁ ନେଉନାହିଁ । ଗତ ୫ ତାରିଖରେ ସିବିଆଇ କୋର୍ଟ ଚିଦମ୍ବରମଙ୍କୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇଦେଇଥିଲେ । ଗତ ଅଗଷ୍ଟ ୨୦ରେ ଚିଦମ୍ବରମଙ୍କୁ ସିବିଆଇ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର