କେନ୍ଦ୍ରକୁ ଚିଦମ୍ବରମ୍‌ଙ୍କ ଟାର୍ଗେଟ୍‌: ମନ୍ଦିର-ମୂର୍ତ୍ତିରେ ମାତିଛନ୍ତି

କୋଲ୍‌କାତା: ବିମୁଦ୍ରୀକରଣକୁ  ଦୁଇବର୍ଷ ପୂରିଥିବା ବେଳେ ଏହାର ପ୍ରଭାବକୁ ଆଧାର କରି ବିରୋଧୀ ଦଳଗୁଡ଼ିକ ମୋଦୀ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ କହିଛନ୍ତି, ସରକାର ଦେଶବାସୀଙ୍କ ପାଇଁ ‘ଅଚ୍ଛେ ଦିନ୍‌’ ଆଣିବେ ବୋଲି ଯେଉଁ ଶପଥ ନେଇଥିଲେ, ତାହାକୁ ସମ୍ପୂର୍ଣ୍ଣ ଭୁଲିଗଲେଣି। ଅଚ୍ଛେ ଦିନ୍‌କୁ ପାସୋରି ସରକାର ବିକାଶ, ନିଯୁକ୍ତି, ନିବେଶ ଅଥବା ଅଭିବୃଦ୍ଧି ପ୍ରସଙ୍ଗ‌ରେ ମଧ୍ୟ ଚର୍ଚ୍ଚା କରିବାକୁ ଭୁଲିଯାଇଛନ୍ତି। ଏବେ କେବଳ ହିନ୍ଦୁତ୍ବ ଉପରେ ସବୁଠି ଚର୍ଚ୍ଚା ହେଉଛି ଏବଂ ସରକାର ମନ୍ଦିର-ମୂର୍ତ୍ତିରେ ମାତିଛନ୍ତି ବୋଲି ଚିଦମ୍ବରମ୍‌ କହିଛନ୍ତି।

ସମ୍ବନ୍ଧିତ ଖବର