ପୁଣିଥରେ ଶିକ୍ଷା କ୍ଷେତ୍ରକୁ ଫେରିବେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ.ଭି ସୁବ୍ରମଣ୍ୟନ୍‌

ନୂଆଦିଲ୍ଲୀ: ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ.ଭି ସୁବ୍ରମଣ୍ୟନ୍‌ ଆଜି କହିଛନ୍ତି ଯେ ସେ ଆଉଥରେ ଶିକ୍ଷା (ଏକାଡେମି) କ୍ଷେତ୍ରକୁ ଫେରିଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଅର୍ଥନୈତିକ ପରାମର୍ଶଦାତା ଭାବେ ମୋର କାର୍ଯ୍ୟକାଳ ପୂରଣ ହେବା ପରେ ମୁଁ ଏକାଡେମିକୁ ଫେରିବାକୁ ନିଷ୍ପତ୍ତି ନେଇଛି। ଉଲ୍ଲେଖଯୋଗ୍ୟ, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ କେ.ଭି ସୁବ୍ରମଣ୍ୟନ୍‌ଙ୍କର ତିନି ବର୍ଷର କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହେବ।

ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବରେ ତିନି ବର୍ଷ ରାଷ୍ଟ୍ରର ସେବା କରିବା ପାଇଁ ମୋତେ ଏକ ସମ୍ପୂର୍ଣ୍ଣ ସୁଯୋଗ ମିଳିବା ମୋ ପାଇଁ ଏକ ସୌଭାଗ୍ୟର ବିଷୟ। ମୋତେ ମିଳିଥିବା ଏହି ଦାୟିତ୍ୱକୁ ମୁଁ ସଂପୂର୍ଣ୍ଣ ସୁଚାରୁ ରୂପେ ଓ ନ୍ୟାୟପୂର୍ଣ୍ଣ ଭାବେ ସଂପନ୍ନ କରିଛି ବୋଲି କହିଛନ୍ତି ଶ୍ରୀ ସୁବ୍ରମଣ୍ୟନ। ମୋ କାର୍ଯ୍ୟକାଳ ଭିତରେ ମୁଁ ସରକାରଙ୍କ ତରଫରୁ ବହୁତ ଉତ୍ସାହ ଏବଂ ସମର୍ଥନ ପାଇଛି ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ଏକ ସୌହାର୍ଦ୍ଦପୂର୍ଣ୍ଣ ସମ୍ପର୍କ ଉପଭୋଗ କରିବାର ସୌଭାଗ୍ୟ ପାଇଛି। ମୋର ବୃତ୍ତିଗତ ଜୀବନର ପ୍ରାୟ ତିନି ଦଶନ୍ଧି ମଧ୍ୟରେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଅପେକ୍ଷା ଅଧିକ ପ୍ରେରଣାଦାୟୀ ନେତାଙ୍କ ସାମ୍ନା କରି ନାହିଁ ବୋଲି ଶ୍ରୀ ସୁବ୍ରମଣ୍ୟନ କହିଛନ୍ତି।

ସମ୍ବନ୍ଧିତ ଖବର