ମୁଖ୍ୟ ନିର୍ବାଚନ କମିସନର ଓ ନିର୍ବାଚନ କମିସନର ହେଲେ କରୋନା ପଜିଟିଭ୍‌

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣ ବାହାର ହୋଇଛି କରୋନା ସ୍ଥିତି । ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିସନର ସୁଶୀଲ ଚନ୍ଦ୍ରା ଓ ନିର୍ବାଚନ କମିସନର ରାଜୀବ କୁମାର କରୋନା ସଂକ୍ରମିତ ହୋଇଛନ୍ତି । ନିର୍ବାଚନ ଅୟୋଗରେ ଦୁଇ ପ୍ରମୁଖ କରୋନା ସଂକ୍ରମିତ ହେବା ପରେ ଏହାକୁ ନେଇ କାର୍ଯ୍ୟାଳୟରେ ଭୟର ବାତାବରଣ ଖେଳିଯାଇଛି । କହିରଖୁ କି ମୁଖ୍ୟ ନିର୍ବାଚନ କମିସନର ସୁନିଲ ଆରୋରା ଅବସର ନେବା ପରେ ମାତ୍ର କିଛିଦିନ ଆଗରୁ ସୁଶୀଲ ଚନ୍ଦ୍ରା ମୁଖ୍ୟ ନିର୍ବାଚନ କମିସନର‌ ଭାବେ ନିଯୁକ୍ତି ପାଇଥିଲେ ।

ଗତ ୪ ଦିନ ହେବ ଦେଶରେ କ୍ରମାଗତ ଭାବେ ଦୈନିକ ସଂକ୍ରମଣ ୨.୫ ଲକ୍ଷ ଉପରେ ରହୁଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୧୭୬୧ ଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ଅନ୍ୟପଟେ କରୋନା ମହାମାରୀ ବିରୋଧରେ ମୁଖ୍ୟ ଅସ୍ତ୍ର କୁହାଯାଉଥିବା ଟିକାକରଣକୁ ନେଇ ସରକାର ତତ୍ପରତା ଦେଖାଇଛନ୍ତି । ଗତକାଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି କି ମେ ପହିଲାଠାରୁ ଦେଶରେ ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ବ୍ୟକ୍ତିଙ୍କୁ ଟିକା ଦିଆଯିବ ।

ସମ୍ବନ୍ଧିତ ଖବର