ମତଦାନ ପ୍ରସ୍ତୁତି: ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ନେଲେ କରୋନା ଟିକା

ନୂଆଦିଲ୍ଲୀ: ଚାରିଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ଭାରତର ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ଏବଂ ନିର୍ବାଚନ କମିସନର ସୁଶୀଲ ଚନ୍ଦ୍ର ଏବଂ ରାଜୀବ କୁମାର ଆଜି କରୋନା ଟିକା ଗ୍ରହଣ କରିଛନ୍ତି। ମାର୍ଚ୍ଚ ୪ରେ ନୂଆଦିଲ୍ଲୀରେ ନିର୍ବାଚନ ଆୟୋଗର ମୁଖ୍ୟାଳୟ ନିର୍ବାଣ ସଦନରେ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ନିର୍ବାଚନ ଆୟୋଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ପ୍ରାଥମିକତା ଦିଆଯାଉଥିବା ଜଣାପଡ଼ିଛି।

ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଏମଏସ ଗିଲ ପ୍ରଥମ ବ୍ୟକ୍ତି ଯିଏ ଟିକା ଗ୍ରହଣ କରିଥିଲେ। ନିକଟରେ ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ଘୋଷଣା କରିଥିଲେ ଯେ, ଆଗାମୀ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଡ୍ୟୁଟିରେ ଥିବା ସମସ୍ତ କର୍ମଚାରୀଙ୍କୁ ଫ୍ରଣ୍ଟଲାଇନ କର୍ମଚାରୀ ଭାବେ ଘୋଷଣା କରାଯାଇଛି। କର୍ମଚାରୀମାନେ ସେମାନଙ୍କର ନିର୍ବାଚନ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେମାନଙ୍କୁ କରୋନା ଟିକା ଦିଆଯିବ। ଏହି ଟିକାକରଣ ଦ୍ବାରା ନିର୍ବାଚନ ଡ୍ୟୁଟିରେ ଥିବା ଅଧିକାରୀ ଏବଂ କର୍ମଚାରୀମାନଙ୍କୁ କରୋନା ସଂକ୍ରମଣର ଭୟ ରହିବ ନାହିଁ।

Sunil Arora takes over as Chief Election Commissioner, to oversee 2019 Lok  Sabha polls
DNA India

ଫେବ୍ରୁଆରି ୨୬ରେ ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ନିର୍ବାଚନ ଆୟୋଗ କାର୍ଯ୍ୟସୂଚୀ ଘୋଷଣା କରିଥିଲେ। କାର୍ଯ୍ୟସୂଚୀ ଘୋଷଣା ପରେ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ନିର୍ବାଚନ ଡ୍ୟୁଟିରେ ଥିବା ଅଧିକାରୀ ଏବଂ କର୍ମଚାରୀମାନଙ୍କୁ କରୋନା ଟିକା ଦେଇ ନିର୍ବାଚନ ପାଇଁ ପ୍ରସ୍ତୁତ କରାଯାଉଛି।

ସମ୍ବନ୍ଧିତ ଖବର