ନିର୍ବାଚନ ଆୟୋଗର ବରିଷ୍ଠ ଅଧିକାରୀଙ୍କ ସହ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ପଶ୍ଚିମବଙ୍ଗରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିସନର

ସିଲିଗୁଡ଼ି (ପଶ୍ଚିମବଙ୍ଗ): ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ଏବଂ ଉପ-ନିର୍ବାଚନ କମିସନର୍‌ ସୁଦୀପ ଜୈନ୍‌ ଆଜି (ମଙ୍ଗଳବାର) ଆୟୋଗର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ମତଦାନ ପୂର୍ବରୁ ପ୍ରସ୍ତୁତିର ସମୀକ୍ଷା ପାଇଁ ସିଲିଗୁଡ଼ିରେ ଆସି ପହଞ୍ଚିଛନ୍ତି।

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିର ସମୀକ୍ଷା କରିସାରିବା ପରେ ନିର୍ବାଚନ ଆୟୋଗର ପ୍ରତିନିଧି ଦଳ ନିର୍ବାଚନ ପର୍ଯ୍ୟବେକ୍ଷକମାଙ୍କ ସହ ଅନ୍ୟ ଏକ ସମୀକ୍ଷା ବୈଠକ କରିବେ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ମାର୍ଚ୍ଚ ୨୭ରେ ଅନୁଷ୍ଠିତ। ପ୍ରଥମ ପର୍ଯ୍ୟାୟରେ ୩୦ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ପୁରୁଲିଆ ଏବଂ ଝାଡ଼ଗ୍ରାମ ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ମତଦାନ କରାଯିବ। ଏତଦବ୍ୟତୀତ ବାଙ୍କୁଡ଼ା, ପୂର୍ବ ମେଦିନୀପୁର ଏବଂ ପଶ୍ଚିମ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ବିଧାନସଭା ଆସନଗୁଡ଼ିକପାଇଁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ।

ସେପଟେ ମତଦାନ ପୂର୍ବରୁ ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ବାହିନୀକୁ ମୁତୟନ କରାଯାଇଛି। ୨୯୪ ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୭ ମାର୍ଚ୍ଚରୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ୮ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଫଳାଫଳ ମେ ୨ରେ ଘୋଷିତ ହେବ।

ସମ୍ବନ୍ଧିତ ଖବର