ନ୍ୟାୟମୂର୍ତ୍ତି ଗୋଗୋଇ ପରବର୍ତ୍ତୀ ପ୍ରଧାନ ବିଚାରପତି!

ନୂଆଦିଲ୍ଲୀ: ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅବସର ପରେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି କିଏ ହେବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅକ୍ଟୋବର ୨ ତାରିଖରେ ଜଷ୍ଟିସ ମିଶ୍ର ଅବସର ଗ୍ରହଣ କରିବା ପରେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ପ୍ରଧାନ ବିଚାରପତି ହେବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଜଷ୍ଟିସ୍‌ ଗୋଗୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ମତବ୍ୟକ୍ତ କରିବା ସହ ଜଷ୍ଟିସ ମିଶ୍ରଙ୍କ ବିରୋଧରେ ମଧ୍ୟ ସ୍ୱର ଉତ୍ତୋଳନ କରିଥିଲେ। ତେଣୁ ଜଷ୍ଟିସ୍‌ ଗୋଗୋଇଙ୍କୁ ପ୍ରଧାନ ବିଚାରପତି କରାଯିବ ନା ନାହିଁ ବୋଲି ଆଜି କିଛି ଗଣମାଧ୍ୟମ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ପ୍ରସାଦ ଉତ୍‌କ୍ଷିପ୍ତ ହୋଇ କେନ୍ଦ୍ର ଉଦ୍ଦେଶ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ନକରିବା ପାଇଁ କହିଥିଲେ। ସେ କହିଥିଲେ ଯେ, ନିୟମାନୁସାରେ ଅବସର ଗ୍ରହଣ କରୁଥିବା ପ୍ରଧାନ ବିଚାରପତିଙ୍କ ସୁପାରିସକ୍ରମେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତ ହେବେ। ତେବେ ଗତ ଜାନୁଆରିରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନ ବିଚାରପତିଙ୍କ ମାଷ୍ଟର ଅଫ ରୋଷ୍ଟରକୁ ନେଇ ପ୍ରଶ୍ନ କରିବା ସହ ସୁପ୍ରିମକୋର୍ଟର ବିଭିନ୍ନ ପ୍ରସଙ୍ଗ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିବା ୪ ଜଣ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ୍‌ ଗୋଗୋଇ ଥିଲେ।

ସମ୍ବନ୍ଧିତ ଖବର