ଟିକସ ବିବାଦର ତ୍ବରିତ ବିଚାର ପାଇଁ ମୁଖ୍ୟ ବିଚାରପତିଙ୍କ ଆହ୍ବାନ

ନୂଆଦିଲ୍ଲୀ : ଅଦାଲତରେ ପଡ଼ିଥିବା ଟିକସ ବିବାଦ ଗୁଡ଼ିକର ତ୍ବରିତ ବିଚାର ପାଇଁ ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ଏସ୍‌ ‌ଏ ବୋବ୍‌ଡେ ଆହ୍ବାନ ଦେଇଛନ୍ତି। ମାମଲା ଗୁଡ଼ିକର ବିଚାର ଶୀଘ୍ର ହେଲେ ତାହା ଟିକସପ୍ରଦାନକାରୀଙ୍କ ପାଇଁ ଏକ ପ୍ରୋତ୍ସାହନ ସଦୃଶ ହେବ। ସେହିଭଳି ବିବାଦରେ ଫସି ରହିଥିବା ଅର୍ଥ ମଧ୍ୟ ମୁକୁଳି ପାରିବ। ଆୟକର ଆପିଲେଟ୍ ଟ୍ରିବ୍ୟୁନାଲର ୭୯ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ମୁଖ୍ୟ ବିଚାରପତି ଏହା କହିଛନ୍ତି। ଦେଶର ସମ୍ବଳ ସଂଗ୍ରହ ପ୍ରକ୍ରିୟାରେ ଟିକସ ବ୍ୟବସ୍ଥା ସହ ଜଡ଼ିତ ନ୍ୟାୟିକ ପ୍ରକ୍ରିୟାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତେଣୁ ବିଚାର ପାଇଁ ବହୁସଂଖ୍ୟକ ମାମଲା ପଡ଼ି ରହିଥିବାରୁ ମୁଖ୍ୟ ବିଚାରାପତି ଏଥିପାଇଁ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର