ନୂଆଦିଲ୍ଲୀ: ଫାଶୀ ଦଣ୍ଡାଦେଶ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟରେ ଆବେଦନ କରିବାର ଗୋଟିଏ ଦିନ ପରେ ଆଜି ପ୍ରଧାନ ବିଚାରପତି ଏସ୍ଏ ବୋବ୍ଡ଼େ ଏ ନେଇ ଗୁରୁତ୍ବପୂର୍ଣ୍ଣ ମତ ରଖିଛନ୍ତି। ଉତ୍ତର ପ୍ରଦେଶ ଆମରୋହା ଜିଲ୍ଲାରେ ଏକ ପରିବାରର ୭ ଜଣଙ୍କୁ ହତ୍ୟା କରି ଫାଶୀ ଦଣ୍ଡାଦେଶ ପାଇଥିବା ଏକ ଦମ୍ପତିଙ୍କ ଦ୍ବାରା କରାଯାଇଥିବା ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି କହିଛନ୍ତି ଯେ ଦୋଷୀମାନେ ଫାଣ୍ଡୀ ଦଣ୍ଡାଦେଶକୁ ନେଇ ଅନ୍ତହୀନ ମକଦ୍ଦମା କରିପାରିବେ ନାହିଁ। ଦୋଷୀଙ୍କ ଆବେଦନର ଉପଯୁକ୍ତ ବିଚାର ହେବ ଏବଂ ସେମାନଙ୍କ କଥା ଶୁଣାଯିବ, କିନ୍ତୁ ମାମଲାକୁ ଜଟିଳତାରେ ଛନ୍ଦିବା ପାଇଁ ଅନ୍ତହୀନ ମକଦ୍ଦମାକୁ ଗ୍ରହଣ କରାଯିବ ନାହିଁ। ଆଇନ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ଆମେ କ୍ଷମା କରିପାରିବୁ ନାହିଁ। କୌଣସି ଦୋଷୀ ନିଜର ସଂସ୍କାର ହୋଇଥିବା ଦାବି କରି ଦଣ୍ଡ ଛାଡ଼ ପାଇଁ ଆବେଦନ କରିବା ନିରର୍ଥକ ବୋଲି ପ୍ରଧାନ ବିଚାରପତି କହିଛନ୍ତି।
ଫାଶୀ ଦଣ୍ଡାଦେଶ ନେଇ ଦୋଷୀଙ୍କ ଅନ୍ତହୀନ ମକଦ୍ଦମା ଗ୍ରହଣୀୟ ନୁହେଁ: ପ୍ରଧାନ ବିଚାରପତି
/sambad/media/post_attachments/wp-content/uploads/2020/01/Justice-S-A-Bobde_-Supreme-court-_-Photo-by-anil-kumar-shakya-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)