ଭୁଲ୍‌ ଟ୍ବିଟ୍‌କୁ ନେଇ ପ୍ରଧା‌ନ ବିଚାରପତି କ୍ଷୁବ୍ଧ

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଏନ୍‌ଭି ରମଣା ଲଖିମପୁର ଖେରି ହିଂସା ପୀଡ଼ିତଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି ବୋଲି ଏକ ଗଣମାଧ୍ୟମ ସଂସ୍ଥା ଦ୍ବାରା ଟ୍ବିଟ୍‌ କରାଯାଇଥିଲା। ତେବେ ଏହା ସମ୍ପୂର୍ଣ୍ଣ ଭାବେ ଭୁଲ୍। ପ୍ରଧାନ ବିଚାରପତି ଏହି ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ରମଣା କହିଛନ୍ତି, ଆମେ ଗଣମାଧ୍ୟମ ଏବଂ ଏହାର ସ୍ବାଧୀନତାକୁ ସମ୍ମାନ ଦେଉ। କିନ୍ତୁ ଏଭଳି ଟ୍ବିଟ୍‌ ଆଦୌ ଠିକ୍‌ ନୁହେଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଗଣମାଧ୍ୟମ ସବୁବେଳେ ତଥ୍ୟକୁ ଭଲଭାବେ ଯାଞ୍ଚ କରିବା ଉଚିତ। ବାକ୍‌ ସ୍ବାଧୀନତା ସୀମା ଟପିଯିବା ଆଦୌ ଠିକ୍‌ ନୁହେଁ। ସେମା‌ନେ ତଥ୍ୟକୁ ଭଲଭାବେ ଯାଞ୍ଚ କରିବାର ଥିଲା ବୋଲି ରମଣା କହିଛନ୍ତି।

ସମ୍ବନ୍ଧିତ ଖବର