ନୂଆଦିଲ୍ଲୀ: ଅବସର ଗ୍ରହଣ ପରେ ନିଜର ଉତ୍ତରାଧିକାରୀ ବା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍ଡ଼େ ବିଚାରପତି ଏନ୍ଭି ରମନାଙ୍କ ନାମ ସୁପାରିସ କରିଛନ୍ତି।
ଏପ୍ରିଲ୍ ୨୩ ତାରିଖ ଦିନ ପ୍ରଧାନ ବିଚାରପତି ବୋବ୍ଡେ୍ ଅବସର ଗ୍ରହଣ କରିବେ। ନିଜର ଉତ୍ତରାଧିକାରୀ ସୁପାରିସ କରିବା ଲାଗି ଗତ ସପ୍ତାହରେ ସରକାର ତାଙ୍କୁ କହିଥିଲେ। ଏଥିପାଇଁ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଶୁକ୍ରବାର ଦିନ ପ୍ରଧାନ ବିଚାରପତି ବୋବ୍ଡ଼େଙ୍କ ନିକଟକୁ ପତ୍ର ପଠାଇଥିଲେ।
Image Courtesy of NDTVବୋବ୍ଡ଼େଙ୍କ ପରେ ବିଚାରପତି ଏନ୍ଭି ରମନା ହେଉଛନ୍ତି ସୁପ୍ରିମ୍ କୋର୍ଟର ସବୁଠୁ ବରିଷ୍ଠ ବିଚାରପତି। ୧୯୫୭ ଅଗଷ୍ଟ ୨୭ରେ ଜନ୍ମିତ ବିଚାରପତି ରମନା ୨୦୨୨ ଅଗଷ୍ଟ ୨୬ ପର୍ଯ୍ୟନ୍ତ ଦେଶର ପ୍ରଧାନ ବିଚାରପତି ରହିବେ।
Image Courtesy of India Todayଆନ୍ଧ୍ର ପ୍ରଦେଶର ଏକ କୃଷକ ପରିବାରର ସନ୍ତାନ ରମନା ୨୦୦୦ ମସିହା ଜୁନ୍ ମାସରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଜଣେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୪ ଫେବ୍ରୁଆରିରେ ସୁପ୍ରିମ୍ କୋର୍ଟକୁ ଯିବା ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀରେ ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/NV-Ramana-To-Be-Next-CJI_Thumbnail.jpg)