ଓଡ଼ିଶା ଫୋରମ୍‌ର ବାର୍ଷିକ ଉତ୍ସବରେ ଯୋଗଦେବେ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଚଳିତମାସ ୧୩ ତାରିଖରେ ଓଡ଼ିଶା ଫୋରମ୍‌ର ବାର୍ଷିକ ଉତ୍ସବ ଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ମୁଖ୍ୟଅତିଥି ଭାବେ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ର ଯୋଗଦେବେ। ସେହିଭଳି ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଡ. ସୀତାକାନ୍ତ ମହାପାତ୍ର ଯୋଗଦେବେ। ଅନ୍ୟପକ୍ଷରେ ବାର୍ଷିକ ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିମନ୍ତ୍ରଣ କରାଯାଇଥିବା ଓଡ଼ିଶା ଫୋରମ୍‌ ସଭାପତି ତଥା ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଗୋକୁଳ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର