୧୫ ଦିନରେ ଅବସର ନେଲେ ଆହ୍ଲାବାଦ ହାଇକୋର୍ଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ : ଆହ୍ଲାବାଦ ହାଇକୋର୍ଟ ମୁଖ୍ୟ ବିଚାରପତି ସଂଜୟ ଯାଦବ ଗୁରୁବାର ଦିନ ଅବସର ନେଇଛନ୍ତି। ମାତ୍ର ୧୫ ଦିନ ପାଇଁ ସେ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି। ହାଇକୋର୍ଟ ଇତିହାସରେ ଏହା ସବୁଠାରୁ କମ୍‌ ଦିନର କାର୍ଯ୍ୟକାଳ। ଜଷ୍ଟିସ୍‌ ଯାଦବ ମଧ୍ୟପ୍ରଦେଶ ହାଇକୋର୍ଟରୁ ଆହ୍ଲାବାଦ ହାଇକୋର୍ଟକୁ ଜାନୁଆରି ୮ରେ ବଦଳି ହୋଇଥିଲେ। ଏପ୍ରିଲ ୧୪ରେ ସେ ଆହ୍ଲାବାଦ ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ‌ହୋଇଥିଲେ। ତେବେ ସିଜେଆଇ ଏନ୍‌ଭି ରମଣାଙ୍କ ନେତୃତ୍ବାଧୀନ ସୁପ୍ରିମକୋର୍ଟ କଲେଜିୟମ୍‌ ଜଷ୍ଟିସ୍‌ ଯାଦବଙ୍କୁ ଆହ୍ଲାବାଦ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ମେ’ ୨୦ରେ ସୁପାରିସ କରିଥିଲେ। ସରକାର ଏହି ସୁପାରିସକୁ ଗ୍ରହଣ କରିଥିଲେ ଏବଂ ଜୁନ୍‌ ୧୦ରେ ତାଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଥିଲେ। ଫଳରେ ଜଷ୍ଟିସ୍‌ ଯାଦବଙ୍କ କାର୍ଯ୍ୟକାଳ ମାତ୍ର ୧୫ ଦିନ ରହିଲା।

ସମ୍ବନ୍ଧିତ ଖବର