ନୂଆଦିଲ୍ଲୀ: ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଚାନକ ଓଡ଼ିଶା ନିବାସ ପରିଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ କରିବାନେଇ ପୂର୍ବରୁ କୌଣସି କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇନଥିଲା। ପରିଦର୍ଶନ ବେଳେ ଶ୍ରୀ ମାଝୀ ଓଡ଼ିଶା ନିବାସର ବିଭିନ୍ନ ଗତିବିଧି ସଂପର୍କରେ ପ୍ରମୁଖ ଆବାସିକ କମିସନର ବିଶାଲ ଗଗନ, ସ୍ବତନ୍ତ୍ର ଆବାସିକ କମିସନର ରିତୁ ଆରୋରା, ବରିଷ୍ଠ ଅଧିକାରୀ ତଥା କର୍ମଚାରୀମାନଙ୍କ ସହିତ ସମୀକ୍ଷା କରିଥିଲେ। ଓଡ଼ିଶା ନିବାସ ପରିଦର୍ଶନ ଅବସରରେ ମୁଖ୍ୟମନ୍ତ୍ରୀ ନିବାସରେ ଅତିଥି ଓ ଆଗନ୍ତୁକଙ୍କ ପାଇଁ ଯେଉଁସବୁ ବ୍ୟବସ୍ଥା ଉପଲବ୍ଧ ହେଉଛି ତାହାର ମଧ୍ୟ ସମୀକ୍ଷା କରିଥିଲେ।
ନିବାସରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା ପ୍ରତିଫଳିତ ହେବା ସହିତ ବ୍ୟବସ୍ଥାଗୁଡ଼ିକର ଉଚ୍ଚମାନ ବଜାୟ ରଖିବା ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ନିକଟରେ ମିଡିଆ କର୍ମୀଙ୍କ ପାଇଁ ଖୋଲା ଯାଇଥିବା ମିଡିଆ ରୁମ୍କୁ ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିଥିଲେ। ମିଡିଆ ରୁମ୍ରେ ଉପଲବ୍ଧ ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। ଓଡ଼ିଶାର ଲୋକମାନଙ୍କ ପାଇଁ ତଥା ଆଗନ୍ତୁକଙ୍କ ପାଇଁ ଓଡ଼ିଶା ନିବାସ ଏକ ସ୍ବାଗତ ସ୍ଥାନ ହୋଇଥିବାରୁ ଏହାର ନିୟମିତ ଉନ୍ନତୀକରଣ ତଥା ବ୍ୟବସ୍ଥାଗୁଡ଼ିକର ଦକ୍ଷ ପରିଚାଳନାର ଆବଶ୍ୟକତା ରହିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/23/X8KuzoEzsqtO0jwhVC7p.jpg)