ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଡି.ଲିଟ୍‌ ଉପାଧି

କୋଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କୋଲକାତାର ସେଣ୍ଟ ଜାଭିୟର୍ ବିଶ୍ୱବିଦ୍ୟାଳୟ ଦ୍ୱାରା ସମ୍ମାନଜନକ ଡି.ଲିଟ୍‌ ଉପାଧି ପ୍ରଦାନ କରାଯାଇଛି। ଏହା ହେଉଛି ତାଙ୍କର ଦ୍ୱିତୀୟ ଡି.ଲିଟ୍‌ ଉପାଧି। ୨୦୧୮ ଜାନୁଆରିରେ ତାଙ୍କୁ କଲିକତା ବିଶ୍ୱବିଦ୍ୟାଳୟ ଦ୍ୱାରା ଡି.ଲିଟ୍‌ ପ୍ରଦାନ କରାଯାଇଥିଲା।

ଏହି ସମାରୋହରେ ଉପସ୍ଥିତ ଥିବା ପଶ୍ଚିମବଙ୍ଗ ରାଜ୍ୟପାଳ ସି ଭି ଆନନ୍ଦ ବୋଷ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ। ଏହା ତାଙ୍କ ରାଜନୈତିକ ସଫଳତା ପାଇଁ ନୁହେଁ ବରଂ ସାହିତ୍ୟ, ଚିତ୍ରକଳା ଏବଂ କବିତାର ଉତ୍କର୍ଷତା ପାଇଁ ଏହି ସ୍ବୀକୃତି ଦିଆଯାଇଛି ବୋଲି ବୋଷ କହିଛନ୍ତି । ସୂଚନାଯୋଗ୍ୟ, ଜାନୁଆରି ୩୦ରେ ଉଦ୍‌ଘାଟିତ ୪୬ତମ ଅନ୍ତର୍ଜାତୀୟ କୋଲକାତା ପୁସ୍ତକ ମେଳାରେ ମମତାଙ୍କର ୬ଟି ପୁସ୍ତକ ‌ଉନ୍ମୋଚିତ ହୋଇଛି।

ସମ୍ବନ୍ଧିତ ଖବର