ନାରଦା ଲାଞ୍ଚ ମାମଲା: ନିଜର ଗିରଫ ଦାବି କରି ୬ଘଣ୍ଟା ସିବିଆଇ କାର୍ଯ୍ୟାଳୟରେ ବସିବା ପରେ ଫେରିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ନାରଦା ଲାଞ୍ଚ ମାମଲାରେ ଦୁଇଜଣ ମନ୍ତ୍ରୀ- ଫିର୍‌ହାଦ୍‌ ହକିମ ଏବଂ ସୁବ୍ରତ ମୁଖାର୍ଜୀ ଗିରଫ ହେବା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ସିବିଆଇ’ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ମୋତେ ବି ଗିରଫ କର ବୋଲି ଦାବି କରିଥିଲେ ମୁଖ୍ୟମନ୍ତ୍ରୀ | ଏବେ ସିବିଆଇ କାର୍ଯ୍ୟାଳୟରେ ୬ଘଣ୍ଟା ବସିବା ପରେ ଦିଦି ଫେରିଥିବା ଜଣାପଡିଛି | ଫେରିବା ସମୟରେ ସେ କହିଛନ୍ତି ଯେ, ଅଦାଲତ ଏହାର ନିଷ୍ପତ୍ତି ନେବେ |

West Bengal CM Mamata Banerjee barred from campaigning for 24 hours- The New Indian Express
New Indian Express

ସୂଚନା ମୁତାବକ, ‘ସିବିଆଇ’ ଟିମ୍‌ ଆଜି ସକାଳେ ହଠାତ୍‌ ଏକସଙ୍ଗରେ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ଓ ଅନ୍ୟ ଦୁଇଜଣ ନେତାଙ୍କ ଘରେ ଚଢ଼ାଉ କରି ସେମାନଙ୍କୁ ଉଠାଇ ନେବା ପରେ ଗିରଫ କରିଥିଲା। ଚଢ଼ାଉ ଓ ଗିରଫଦାରିକୁ ବିରୋଧ କରି ତୃଣମୂଳ କଂଗ୍ରେସ ସମର୍ଥକମାନେ ‘ସିବିଆଇ’ ଅଫିସ୍‌ ବାହାରେ ରୁଣ୍ଡ ହୋଇଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ ଯାଇ ସେଠାରେ ପହଞ୍ଚିଥିଲେ । ପରେ ପରେ ତୃଣମୂଳ କଂଗ୍ରେସ ସାଂସଦ ତଥା ଓକିଲ କଲ୍ୟାଣ ବାନାର୍ଜୀ ମଧ୍ୟ ‘ସିବିଆଇ’ ଅଫିସରେ ପହଞ୍ଚିଥିଲେ। ଏହି ଖବର ପାଇ ଟିଏମସି ସମର୍ଥକ ମାନେ ସିବିଆଇ ଅଫିସ ବାହାରେ ହଙ୍ଗାମା କରିବା ସହ ପଥର ମାଡ଼ ​କରିଥିଲେ | ୬ଘଣ୍ଟା ପରେ ଏବେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ଜଣାପଡିଛି |

ସମ୍ବନ୍ଧିତ ଖବର